ମହିଳା ଏଏଫ୍‌ସି ଏସୀୟ କପ୍‌: ୧୨ ଖେଳାଳି କରୋନା ଆକ୍ରାନ୍ତ; ଚାଇନିଜ୍‌ ତାଇପେ ମ୍ୟାଚ୍‌ ବାତିଲ, ଭାରତର ଦୁଃଖଦ ବିଦାୟ

ମହିଳା ଏଏଫ୍‌ସି ଏସୀୟ କପ୍‌: ୧୨ ଖେଳାଳି କରୋନା ଆକ୍ରାନ୍ତ; ଚାଇନିଜ୍‌ ତାଇପେ ମ୍ୟାଚ୍‌ ବାତିଲ, ଭାରତର ଦୁଃଖଦ ବିଦାୟ

The Bridge

ନଭି ମୁମ୍ବାଇ : କୋଭିଡ ଯୋଗୁଁ ଏଠାରେ ଚାଲିଥିବା ମହିଳା ଏସୀୟ କପ୍‌ ଫୁଟ୍‌ବଲ୍‌ର ରବିବାର ଖେଳାଯିବାକୁ ଥିବା ଭାରତ ଓ ଚାଇନିଜ୍‌ ତାଇପେ ଗ୍ରୁପ୍‌-ଏ’ ମ୍ୟାଚ୍‌ ବାତିଲ ହୋଇଛି। ମୁଖ୍ୟତଃ ଘରୋଇ ଦଳର ୧୨ ଜଣ ଖେଳାଳି କରୋନା ପଜିଟିଭ୍‌ ଆସିବାରୁ ଭାରତ ତା’ର ୧୩ ଜଣ ଖେଳାଳିଙ୍କ ତାଲିକା ଦେଇପାରିନଥିଲା। ତେଣୁ ମ୍ୟାଚ୍‌ ବାତିଲ କରାଯାଇଥିଲା। ଅନ୍ୟପକ୍ଷରେ ସମାନ କୋଭିଡ୍‌ ସମସ୍ୟା ଯୋଗୁଁ ଆସନ୍ତା ବୁଧବାର ଖେଳାଯିବାକୁ ଥିବା ଭାରତର ଚୀନ ବିପକ୍ଷ ମ୍ୟାଚ୍‌ ମଧ୍ୟ ବାତିଲ ହୋଇଯାଇଛି। ଫଳରେ ପ୍ରଥମ ମ୍ୟାଚ୍‌କୁ ଈରାନ ସହ ଅମୀମାଂସିତ ରଖିଥିବା ଭାରତ ଏହି ପ୍ରତିଯୋଗିତାରୁ ଦୁଃଖଦ ବିଦାୟ ନେଇଛି।

ରବିବାର ଭାରତୀୟ ଦଳରେ ୧୨ ଜଣ କୋଭିଡ ପଜିଟିଭ୍‌ ବାହାରିବାରୁ ମ୍ୟାଚ୍‌ ଖେଳିବାକୁ ଆବଶ୍ୟକ ୧୩ ଜଣ ଖେଳାଳି ଉପଲବ୍‌ଧ ହୋଇନଥିଲେ। କୋଭିଡ ମହାମାରୀ ସ୍ବତନ୍ତ୍ର ନିୟମାବଳୀର ଧାରା ୪.୧ ଅନୁଯାୟୀ ଆୟୋଜକ ଏହି ମ୍ୟାଚ୍‌ ବାତିଲ ନିଷ୍ପତ୍ତି ନେଇଛି। ଭାରତର ଏଭଳି ବିଦାୟ ନେବାରେ ସର୍ବଭାରତୀୟ ଫୁଟ୍‌ବଲ ସଂଘ ସଭାପତି ପ୍ରଫୁଲ ପଟେଲ ଦୁଃଖ ପ୍ରକାଶ କରିଛି। ଖେଳାଳିଙ୍କ ସ୍ବାସ୍ଥ୍ୟ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ଥିବାରୁ ମ୍ୟାଚ୍‌ ବାତିଲ କରିବାକୁ ବାଧ୍ୟ ହେଲୁ ବୋଲି ସେ କହିଛନ୍ତି। ଏହି ପ୍ରତିଯୋଗିତାର ୪ ସେମିଫାଇନାଲିଷ୍ଟ ଦଳ ସାଙ୍ଗକୁ ୨ ଶ୍ରେଷ୍ଠ କ୍ବାର୍ଟର ଫାଇନାଲ୍‌ ଦଳ ସିଧାସଳଖ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ର ମିଳିତ ଆୟୋଜନରେ ଆୟୋଜିତ ହେବାକୁ ଥିବା ୨୦୨୩ ଫିଫା ବିଶ୍ବକପ୍‌କୁ ଯୋଗ୍ୟତା ହାସଲ କରିବାକୁ ଥିବାରୁ ଭାରତ ମଧ୍ୟ ଏଥିରୁ ବଞ୍ଚିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe