ମହିଳା ଏସିଆ କପ୍‌: ମାଲେସିଆକୁ ହରାଇଲା ଭାରତ, ମେଘନାଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ

Advertisment
ମହିଳା ଏସିଆ କପ୍‌: ମାଲେସିଆକୁ ହରାଇଲା ଭାରତ, ମେଘନାଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ

India Posts English

ସିଲ୍‌ହେଟ୍‌ (ବାଂଲାଦେଶ): ଚଳିତ ମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦ରେ ଭାରତ ବିଜୟ ଧାରା ବଜାୟ ରଖିଛି। ଭାରତ ସୋମବାର ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ୩୦ ରନ୍‌ (ଡିଏଲ୍‌)ରେ ମାଲେସିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୪ ପଏଣ୍ଟ ସହ ଟେବୁଲର ଦ୍ବିତୀୟକୁ ଉଠିଥିଲା। ପାକିସ୍ତାନ (୪ ପଏଣ୍ଟ) ପ୍ରଥମ ସ୍ଥାନରେ ରହିଛି। ଓପନର୍‌ ସାବ୍‌ଭିନେନି ମେଘନା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିବା ସହ ଭାରତର ସ୍କୋର୍‌କୁ ୧୮୧/୪ରେ ପହଞ୍ଚାଇଥିଲେ। ଉପଅଧିନାୟିକା ସ୍ମୃତି ମନ୍ଧାନାଙ୍କ ସ୍ଥାନରେ ଖେଳିଥିବା ମେଘନା ଜୀବନର ଶ୍ରେଷ୍ଠ ସ୍କୋର୍‌ ୬୯ (୫୩ ବଲ୍‌, ୧୧ ଚୌକା, ୧ ଛକା) ହାସଲ କରିଥିଲେ। ଶେଫାଳି ବର୍ମା (୪୬, ୩୯, ୧ ଚୌକା, ୩ ଛକା)ଙ୍କ ସହ ମିଶି ସେ ପ୍ରଥମ ୱିକେଟ୍‌ ଭାଗୀଦାରିରେ ୧୩.୫ ଓଭରରେ ୧୧୬ ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଏହା ପରେ ରିଚା ଘୋଷଙ୍କ ଅପରାଜିତ ୩୩ ରନ୍‌ (୧୯ ବଲ୍‌, ୫ ଚୌକା, ୧ ଛକା) ଏବଂ ଦୟାଲନ ହେମଲତାଙ୍କ ୧୦ ରନ୍‌ (୪ ବଲ୍‌, ‌୧ ଚୌକା, ୧ ଛକା) ରନ୍‌ଙ୍କ ବଳରେ ଭ‌ାରତ ୨୦୦ ରନ୍‌ର ନିକଟବର୍ତୀ ହୋଇଥିଲା।

ଜବାବରେ ରନ୍‌ ସଂଗ୍ରହ ପୂର୍ବରୁ ମାଲେସିଆ ନିଜର ପ୍ରଥମ ୱିକେଟ୍‌ ହରାଇଥିଲା। ଦୀପ୍ତି ଶର୍ମା ଅଧିନାୟିକା ୱିନିଫ୍ରେଡ ଦୁରାଇସିଙ୍ଗମଙ୍କୁ ଆଉଟ୍‌ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ରଜେଶ୍ବରୀ ଗାଏକ୍ବାଡ ଚତୁର୍ଥ ଓଭରର ପ୍ରଥମ ବଲ୍‌ରେ ୱାନ୍‌ ଜୁଲିଆ (୧)ଙ୍କୁ ବୋଲ୍ଡ କରି ଦେଇଥିଲେ। ୬ ରନ୍‌ରେ ୨ ୱିକେଟ୍‌ ହରାଇ ସଂଘର୍ଷ କରୁଥିବା ମାଲେସିଆ ପାଇଁ ମାସ୍‌ ଏଲିସ (୧୪*) ଓ ଏଲ୍‌ସା ହଣ୍ଟର (୧*) ଲଢ଼ିବା ଆରମ୍ଭ କରିଥିଲେ। ତେବେ ୫.୨ ଓଭରରେ ମାଲେସିଆର ସ୍କୋର୍‌ ୧୬/୨ରେ ଥିଲା ବେଳେ ବର୍ଷା ଆରମ୍ଭ ହୋଇଯାଇଥିଲା। ନଛାଡ଼ିବାରୁ ଡକ୍‌ୱର୍ଥ-ଲୁଇସ ପଦ୍ଧତିରେ ଭାରତ ବିଜୟୀ ଘୋଷିତ ହୋଇଥିଲା। ମେଘନା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶନିବାର ପ୍ରଥମ ମ୍ୟାଚ୍‌ରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe