ମହିଳା ଏସୀୟ ହକି ଚାମ୍ପିଅନ୍‌ସିପ୍‌: ଟ୍ରଫି ଗୌରବ ଯାତ୍ରାକୁ ଓଡ଼ିଶା‌ରେ ସ୍ବାଗତ

Advertisment

ଆସନ୍ତା ମାସ ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ବିହାରର ରାଜଗିରଠାରେ ଆୟୋଜିତ ହେବ ଏସୀୟ ମହିଳା ହକି ଚାମ୍ପିଅନସିପ୍। ଏହି ପ୍ରତିଯୋଗିତା ଟ୍ରଫିର ଗୌରବ ଯାତ୍ରା ଶୁକ୍ରବାର ଓଡ଼ିଶାରେ ପହଞ୍ଚିଛି।

ଆସନ୍ତା ମାସ ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ବିହାରର ରାଜଗିରଠାରେ ଆୟୋଜିତ ହେବ ଏସୀୟ ମହିଳା ହକି ଚାମ୍ପିଅନସିପ୍। ଏହି ପ୍ରତିଯୋଗିତା ଟ୍ରଫିର ଗୌରବ ଯାତ୍ରା ଶୁକ୍ରବାର ଓଡ଼ିଶାରେ ପହଞ୍ଚିଛି।

khfhkhkhk

ଭୁବନେଶ୍ୱର: ଆସନ୍ତା ମାସ ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ବିହାରର ରାଜଗିରଠାରେ ଆୟୋଜିତ ହେବ ଏସୀୟ ମହିଳା ହକି ଚାମ୍ପିଅନସିପ୍। ଏହି ପ୍ରତିଯୋଗିତା ଟ୍ରଫିର ଗୌରବ ଯାତ୍ରା ଶୁକ୍ରବାର ଓଡ଼ିଶାରେ ପହଞ୍ଚିଛି। ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଟ୍ରଫି ପହଞ୍ଚିବା ପରେ ଏହା ଧଉଳିଗିରି ଯାଇଥିଲା। ସେଠାରେ ରାଜ୍ୟ କ୍ରୀଡ଼ା ବିଭାଗ ଓ ଓଡ଼ିଶା ହକି ସଂଘର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଟ୍ରଫି ଅନାବରଣ କରାଯାଇଥିଲା। 

ଏହାପରେ ଭବ୍ୟ ଗୌରବ ଯାତ୍ରା ସହିତ ଟ୍ରଫିକୁ କଳିଙ୍ଗ ଷ୍ଟାଡିୟମ୍‌ ଅଣାଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ଓଡ଼ିଶା ହକି ସଂଘ ସଭାପତି ଦିଲୀପ ତିର୍କି, ଓଡ଼ିଶା ହକି ବିକାଶ ପରିଷଦ ସିଇଓ ଦୀପଙ୍କର ମହାପାତ୍ର, କ୍ରୀଡ଼ା ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ କ୍ରୀଡାବିତ୍‌ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe