ମହିଳା କ୍ରିକେଟ ଲିଗ୍‌: ଭବାନୀଙ୍କୁ ହ୍ୟାଟ୍ରିକ, ରାମେଶ୍ବରୀଙ୍କୁ ୫ ଵିକେଟ୍‌

ୟେଲୋ, ଅରେଞ୍ଜ, ଭାଓଲେଟ୍‌ ବିଜୟୀ, ଅତିରିକ୍ତ ରନ୍‌ ବ୍ୟୟରେ ରେଡ୍‌ର ଅର୍ଧଶତକ

ମହିଳା କ୍ରିକେଟ ଲିଗ୍‌: ଭବାନୀଙ୍କୁ ହ୍ୟାଟ୍ରିକ, ରାମେଶ୍ବରୀଙ୍କୁ ୫ ଵିକେଟ୍‌

କଟକ: ମହିଳା ଦିନିକିଆ କ୍ରିକେଟ ଲିଗ୍‌ର ଦ୍ବିତୀୟ ଦିନ ଓଡ଼ିଶା ୟୋଲୋ, ଓଡ଼ିଶା ଅରେଞ୍ଜ ଓ ଓଡ଼ିଶା ଭାଓଲେଟ୍‌ ବିଜୟୀ ହୋଇଛନ୍ତି। ପୁରୁଣା ଭୁବନେଶ୍ବରର ମୂଳା ପଡ଼ିଆରେ ଭାଓଲେଟ ୧ ଵିକେଟ୍‌ରେ ରେଡ୍‌କୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟି˚ କରିଥିବା ରେଡ୍‌ ନିର୍ଧାରିତ ୫୦ ଓଭରରେ ୮ ଵିକେଟ୍‌ ହରାଇ କରିଥିଲା ୧୭୭ ରନ୍‌। ଶିଳ୍ପା ସ୍ବାଇଁ (୫୦) ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ଅଧିନାୟିକା ମାଧୁରି ମେହେଟ୍ଟା ୩୭, ଶ୍ରୀୟା ଚକ୍ର ୨୩, ସରୋଜିନୀ ଗିରି ୧୯ ରନ୍‌ କିରିଥିଲେ। ସଙ୍ଗୀତା ଖଡ଼ିଆ ୨, ସୁଶ୍ରୀ ଦିବ୍ୟଦର୍ଶିନୀ, ପ୍ରୀତି ପ୍ରିୟଦର୍ଶିନୀ, ତନ୍ମୟୀ ବେହେରା ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଚମତ୍କାର ଅର୍ଧଶତକୀୟ ପାଳି ବଳରେ ଭାଓଲେଟ୍‌ ୪୭.୨ ଓଭରରେ ୯ ଵିକେଟ୍‌ ବିନିମୟରେ ୧୭୮ ରନ୍‌ ସହ ମ୍ୟାଚ୍‌ ଜିତିନେଇଥିଲା। ସୁଶ୍ରୀ ୬୩ ରନ୍‌ (୭୩ ବଲ୍‌, ୫ ଚୌକା)ରେ ଆଉଟ ହୋଇଥିଲେ ବି ଅତିରିକ୍ତ ରନ୍‌ ବିଜୟରେ ଅନ୍ୟତମ ପ୍ରମୁଖ ଭୂମିକା ନେଇଥିଲା। ରେଡ୍‌ ପକ୍ଷରୁ ୫୦ ଅତିରିକ୍ତ ରନ୍‌ ବ୍ୟୟ କରାଯାଇଥିଲା ବେଳେ ସେଥିମଧ୍ୟରେ ୪୭ ଵାଇଡ୍‌, ୨ଟି ନୋ ଏବଂ ଗୋଟିଏ ଲେଗ୍‌ବାଏ ଅନ୍ତର୍ଭୁକ୍ତ ଥିଲା। ବନଲତା ମଲ୍ଲିକ, ଶ୍ରୀୟା ଚକ୍ର ଓ ସୁଶ୍ରୀ ସି˚ହ ଦୁଇଟି ଲେଖାଏଁ ଵିକେଟ୍‌ ପାଇଥିଲେ।

ବିକାଶ ପଡ଼ିଆରେ ଅରେଞ୍ଜ ୧୩୩ ରନ୍‌ରେ ଗ୍ରିନ୍‌କୁ ହରାଇଛି। ଗ୍ରିନ୍‌ ଟସ୍‌ ଜିତି ବୋଲି˚ କରିଥିଲା। ପ୍ରାରମ୍ଭିକ ବିଫଳତା ସତ୍ତ୍ବେ ମଧ୍ୟକ୍ରମର ଦମ୍‌ଦାର ବ୍ୟାଟି˚ ଯୋଗୁଁ ଅରେଞ୍ଜ୍‌ ଦଳ ୮ ଵିକେଟ୍‌ ବିନିମୟରେ ୧୭୫ ରନ୍‌ କରିଥିଲା। ସରିତା ମେହେର (୪୯) ଅର୍ଧଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲା ବେଳେ ସୁନିତା ମୁର୍ମୁ ୪୪, ବର୍ଷାରାଣୀ ସି˚ହ ୨୪, ଅଧିନାୟିକା ରସନାରା ପରବିନ ୨୪ ରନ୍‌ କରିଥିଲେ। ଜବାବରେ ଗ୍ରିନ୍‌ ଦଳ ମାତ୍ର ୪୨ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। କୁନି ଭଦ୍ରା ସ˚ଘର୍ଷପୂର୍ଣ୍ଣ ୨୧ ରନ୍‌ କରିଥିଲା ବେଳେ ଅନ୍ୟମାନେ ଦୁଇ ଅଙ୍କରେ ପହଞ୍ଚିପାରିନଥିଲେ। ଏପରିକି ୬ ଜଣ ଖାତା ଖୋଲିବାରେ ଅସମର୍ଥ ହୋଇଥିଲେ। ବିଜୟୀ ଦଳର ଭବାନୀ ଧଡ଼ା ହ୍ୟାଟ୍ରିକ ଵିକେଟ୍‌ ପାଇଥିଲେ। ସେ ନିଜର ପ୍ରଥମ ଓଭରର ପ୍ରଥମ ତିନି ବଲ୍‌ରେ ଡିଜେ ରେଡ଼ି, ଏସ୍‌ବି ଲରେନ୍ସ ଓ ମିତାଲି ଶର୍ମାଙ୍କୁ ଆଉଟ କରିଥିଲେ। ତାଙ୍କ ବ୍ୟତୀତ ରାମେଶ୍ବରୀ ନାଏକ (୮-୫-୧୮-୫) ୫ ଵିକେଟ୍‌ ସଫଳତା ପାଇଥିଲେ।

କିଟ୍‌ ଷ୍ଟାଡିୟମରେ ୟେଲୋ ୫୭ ରନ୍‌ରେ ପର୍ପଲକୁ ହରାଇଛି। ୟେଲୋ ପ୍ରଥମେ ବ୍ୟାଟି˚ କରି ୯ ଵିକେଟ ବିନିମୟରେ ୧୮୧ ରନ୍‌ କରିଥିଲା। ଅଞ୍ଜଳି ସି˚ହ ୪୦, ସୁମିତ୍ରା ସାହୁ ୨୧, ତରନ୍ନା ପ୍ରଧାନ ୨୬* ରନ୍‌ର ପାଳି ଖେଳିଥିଲା ବେଳେ ଲକ୍ଷ୍ମୀପ୍ରିୟା ନାଏକ ଓ ରାଣୀ ପ୍ରସାଦ ତିନିଟି ଲେଖାଏଁ ଵିକେଟ୍‌ ପାଇଥିଲେ। ଜବାବରେ ପର୍ପଲ ଦଳ ନିୟମିତ ଵିକେଟ ହରାଇ ୪୧.୪ ଓଭରରେ ୧୨୪ ରନ୍‌ କରିପାରିଥିଲା। କେବଳ ଅଲିପ୍ସା ବିଶ୍ବାଳ ୩୪ ଓ ଅଧିନାୟିକା ମଧୁସ୍ମିତା ବେହେରା ୨୯ ରନ୍‌ ଯୋଡ଼ିଥିଲେ। ଅତିରିକ୍ତ ଭାବେ ଦଳୀୟ ସ୍କୋରରେ ୩୦ ରନ୍‌ ଯୋଡ଼ି ହୋଇଥିଲା। ବିଜୟୀ ଦଳର ନିଷ୍ଠା ଦତ୍ତ ୩, ପ୍ରିୟଙ୍କା ସାହୁ ୩ ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe