ପ୍ରଥମ ଥର ଲାଗି ‘୨୦୨୨ କମନ୍‌ୱେଲ୍‌ଥ୍‌ ଗେମ୍‌ସ୍‌’ରେ ସାମିଲ ହେବ ମହିଳା କ୍ରିକେଟ୍: ଆଇସିସି

Advertisment
ପ୍ରଥମ ଥର ଲାଗି ‘୨୦୨୨ କମନ୍‌ୱେଲ୍‌ଥ୍‌ ଗେମ୍‌ସ୍‌’ରେ ସାମିଲ ହେବ ମହିଳା କ୍ରିକେଟ୍: ଆଇସିସି

Image Courtesy of Scroll.in

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ଲାଗି ‘୨୦୨୨ କମନ୍‌ୱେଲ୍‌ଥ୍‌ ଗେମ୍‌ସ୍‌’ରେ ମହିଳା କ୍ରିକେଟ୍‌କୁ ସାମିଲ କରାଯିବ ବୋଲି ବୁଧବାର ଦିନ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ କ୍ରିକେଟ୍‌ କାଉନ୍‌ସିଲ୍‌’ (ଆଇସିସି) ସୁନିଶ୍ଚିତ କରିଛି।

୨୦୨୨ ଜୁଲାଇ ୧୮ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବର୍ମିଂହାମ୍‌ରେ ଆୟୋଜିତ ହେବାକୁ ଥିବା ଏହି କ୍ରୀଡ଼ା ପାଇଁ ୮ଟି ଟିମ୍‌ର ଯୋଗ୍ୟତା ପ୍ରକ୍ରିୟା ଚାଲିଥିବା କଥା ଆଜି ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ କ୍ରିକେଟ୍‌ କାଉନ୍‌ସିଲ୍‌’ ଏବଂ ‘କମନ୍‌ୱେଲ୍‌ଥ୍ ଗେମ୍ସ ଫେଡେରେସନ୍‌’ (ସିଜିଏଫ୍‌) ଘୋଷଣା କରିଛନ୍ତି।

publive-image Image Courtesy of India Today

‘କମନ୍‌ୱେଲ୍‌ଥ୍ ଗେମ୍ସ’ରେ ଏହା ମହିଳା କ୍ରିକେଟ୍‌ର ପ୍ରଥମ ଆବିର୍ଭାବ ହୋଇଥିବା ବ‌େଳେ ପୁରୁଷ କ୍ରିକେଟ ପାଇଁ ଏହା ହେବ ଦ୍ବିତୀୟ ଆବିର୍ଭାବ। ୧୯୯୮ରେ କୁଆଲାମମ୍ପୁର୍‌ରେ ‘ମଲ୍ଟିସ୍ପୋର୍ଟସ୍‌ ଇଭେଣ୍ଟ୍‌’ରେ ପ୍ରଥମେ ପୁରୁଷ କ୍ରିକେଟ୍‌ ସାମିଲ ହୋଇଥିଲା।

୨୦୨୧ ଏପ୍ରିଲ୍‌ ପହିଲା ସୁଦ୍ଧା ‘ଆଇସିସି ୱିମିନ୍‌ସ୍‌ ଟି୨୦ଇ ଟିମ୍‌ ରାଙ୍କିଙ୍ଗ୍‌’ ଅନୁସାରେ ଶ୍ରେଷ୍ଠ ଛଅଟି ଦଳକୁ ଯୋଗ୍ୟତା ପ୍ରକ୍ରିୟାରେ ସିଧାସଳଖ ଗ୍ରହଣ କରାଯିବ। ଏହି ପ୍ରକ୍ରିୟା ଏଜ୍‌ବାଷ୍ଟନ୍‌ରେ ଅନୁଷ୍ଠିତ ହେବ। ଏହାଛଡ଼ା ପ୍ରାୟୋଜକ ଦଳ ହିସାବରେ ଇଂଲଣ୍ଡ୍‌ ଟିମ୍ ଆପଣାଛାଏଁ କମନ୍‌ୱେଲ୍‌ଥ୍‌ ଗେମ୍ସ ଲାଗି ଯୋଗ୍ୟ ବିବେଚିତ ହେବ। ଅଷ୍ଟମ ଟିମ୍‌ ଚୟନ ନିମନ୍ତେ ୨୨ ଜାନୁଆରି ୩୧ରେ ଏକ ମ୍ୟାଚ୍‌ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe