ମହିଳା ଦିନିକିଆ ମାନ୍ୟତା: ମନ୍ଧାନା, ଦୀପ୍ତି ଓ ଶେଫାଳି ଉଠିଲେ

Advertisment
ମହିଳା ଦିନିକିଆ ମାନ୍ୟତା: ମନ୍ଧାନା, ଦୀପ୍ତି ଓ ଶେଫାଳି ଉଠିଲେ

The New Indian Express

ଦୁବାଇ: ଭାରତୀୟ ଉପଅଧିନାୟିକା ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମା ଓ ଶେଫାଳି ବର୍ମା ମଙ୍ଗଳବାର ପ୍ରକାଶିତ ଆଇସିସି ମହିଳା ଦିନିକିଆ ମାନ୍ୟତ‌ାରେ ଉପରକୁ ଉଠିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଦିନିକିଆରେ ୮୩ ବଲ୍‌ରେ ଅପରାଜିତ ୯୩ ରନ୍‌ କରିଥିବା ମନ୍ଧାନା ଏକମାତ୍ର ଭାରତୀୟ ଭ‌ାବେ ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି। ସେ ବ୍ୟାଟର୍‌ଙ୍କ ତାଲିକାରେ ଅଷ୍ଟମରେ ରହିଥିଲା ‌ବେଳେ ଅଷ୍ଟ୍ରେଲିଆର ଆଲିସା‌ ହିଲି ପ୍ରଥମ ଓ ଇଂଲଣ୍ଡର ନାତାଲି ଶ୍ଚିଭର ଦ୍ବିତୀୟରେ ରହିଛନ୍ତି। ଦୀପ୍ତି ବ୍ୟାଟିଂରେ ୨ଟି ସ୍ଥାନ ଉଠି ୨୯ ଏବଂ ବୋଲିଂରେ ୩ଟି ସ୍ଥାନ ଉଠି ୧୬ରେ ପହଞ୍ଚିଛନ୍ତି। ଅଲ୍‌ରାଉଣ୍ଡ‌ରରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ମୋଟ ୧୦୬ ରନ୍‌ କରିଥିବା ଶେଫାଳି ୧୨ଟି ସ୍ଥାନ ଉଠି ୩୬ରେ ପହଞ୍ଚିଛନ୍ତି। ଟ୍ବେଣ୍ଟି-୨୦ରେ ସେ ପଞ୍ଚମରେ ରହିଛନ୍ତି। ଅନ୍ୟ ଭାରତୀୟ ବ୍ୟାଟର୍‌ଙ୍କ ମଧ୍ୟରେ ପୂଜା ଭସ୍ତ୍ରକାର (୬୧), ରାଜେଶ୍ବରୀ ଗାଏକ୍ବାଡ (୯୩) ଓ ମେଘନା ସିଂହ (୧୦୦) ଶୀର୍ଷ ୧୦୦ରେ ରହିଛନ୍ତି। ବୋଲିଂରେ ରାଜେଶ୍ବରୀ ଗାଏକ୍ବାଡ ୧୨ରୁ ୧୧, ମେଘନା ୫୮ରୁ ୪୭, ଭସ୍ତ୍ରକାର ୫୭ରୁ ୫୦ ପହଞ୍ଚିଥିଲା ବେଳେ ରେଣୁକା ସିଂହ ୩୮ ସ୍ଥାନ ଉଠି ୬୫ରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe