ସୱାଇ ମାନସିଂହ ଷ୍ଟାଡ଼ିୟମ୍ରୁ ସୁରେଶ ସ୍ବାଇଁଙ୍କ ରିପୋର୍ଟ
ଜୟପୁର (ରାଜସ୍ଥାନ): ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଇତିହାସରେ ଓଡ଼ିଶା ବୁଧବାର ନୂଆ ଇତିହାସ ରଚିଛି। ଏହି ମର୍ଯ୍ୟାଦାଜନକ କ୍ରୀଡ଼ା ପ୍ରତିଯୋଗିତାର ୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶା ଗୋଟିଏ ସଂସ୍କରଣରୁ ୫ରୁ ଊର୍ଦ୍ଧ୍ବ ସ୍ବର୍ଣ୍ଣ ପଦକ ଜିତିଛି। ରାଜ୍ୟର ଗୌରବକୁ ଉଚ୍ଚରେ ପହଞ୍ଚାଇଥିବା କିଟ୍ ବିଶ୍ବବିଦ୍ୟାଳୟର ମହିଳା ହକି ଦଳ ସ୍ବର୍ଣ୍ଣ ପଦକ ଜିତିବା ପରେ ଏହି ନୂଆ ରେକର୍ଡ ହୋଇଛି। ପୂର୍ବରୁ ସର୍ବାଧିକ ପଦକ ଜିତି ୨ ବର୍ଷ ତଳର ରେକର୍ଡକୁ ପଛରେ ପକାଇ ସାରିଥିବା କିଟ୍ ବୁଧବାର ଷଷ୍ଠ ସ୍ବର୍ଣ୍ଣ ପଦକ ଜିତିବା ଫଳରେ ୨୦୨୩ରେ ସର୍ବାଧିକ ୫ ସ୍ବର୍ଣ୍ଣ ଜିତିଥିବା କିଟ୍ ଏବେ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛି। ୨୦୨୩ ସଂସ୍କରଣରେ ମୋଟ ୧୧ ପଦକ ଜିତିଥିବା ବେଳେ ଦୁଇ ଦିନ ପୂର୍ବରୁ ଏହି ସଂଖ୍ୟାକୁ ୧୬ରେ ପହଞ୍ଚାଇଦେଇଛି। ସେହିଭଳି କିଟ୍ ଭଲିବଲ୍ ଦଳ ମଧ୍ୟ ନିଜ ଶେଷ ଲିଗ୍ ମ୍ୟାଚ୍ରେ କାଲିକଟ୍ ବିଶ୍ବବିଦ୍ୟାଳୟକୁ ୩-୦ (୨୫-୧୮, ୨୫-୨୦, ୨୫-୨୨)ରେ ହରାଇ ଗ୍ରୁପ୍ ଟପ୍ପର ହେବା ସହ ସେମିଫାଇନାଲ୍ରେ ପ୍ରବେଶ କରିଛି।
ହକି ସ୍ବର୍ଣ୍ଣ ରହିଲା ହକି ଓଡ଼ିଶାର କ୍ରୀଡ଼ା ପରିଚୟ। ଆଉ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଏହି ଜାତୀୟ ଖେଳରୁ ଓଡ଼ିଶାକୁ ପଦକ ନଯିବ ଏହା ଚିନ୍ତା କରାଯାଇ ନପାରେ।
Demand: ୧୩ ଦଫା ଦାବି ନେଇ କଳା ବ୍ୟାଚ୍ ପରିଧାନ କଲେ ଡ଼ାକ୍ତର
ରାଜସ୍ଥାନ ବିଧାନସଭା ପାର୍ଶ୍ବରେ ନିର୍ମିତ ସୱାଇ ମାନସିଂହ ଷ୍ଟାଡିୟମ୍ ହକି ପଡ଼ିଆରେ ଖେଳାଯାଇଥିବା ମହିଳା ହକି ଫାଇନାଲ୍ରେ କିଟ୍ ଯୁବାମାନେ ୧-୦ ଗୋଲ୍ରେ ଗ୍ବାଲିୟର୍ ଆଇଟିଏମ୍କୁ ପରାସ୍ତ କରିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ଫାଇନାଲ୍ରେ ପ୍ରଥମ ଦୁଇ କ୍ବାର୍ଟର ଗୋଲ୍ଶୂନ୍ୟ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ କିଟ୍ ଗୋଲି ଅଞ୍ଜଳି ମୁଣ୍ଡା ଗୋଟିଏ ନିଶ୍ଚିତ ଗୋଲ୍କୁ ରୋକିବା ଏବଂ ଅନ୍ୟତମ ଡିଫେଣ୍ଡର୍ ଅଞ୍ଜଳି ବରୱାଙ୍କ ଚମତ୍କାର ଖେଳ କାରଣରୁ କିଟ୍ ସୁଯୋଗ କାଏମ ରଖିଥିଲା। ତୃତୀୟ କ୍ବାର୍ଟର ପ୍ରାରମ୍ଭରୁ ଏକ ରିବାଉଣ୍ଡ୍ ସଟ୍ରୁ ଅଲିଭା ଜାତେ ଗୋଲ୍ ଦେବା ପରେ ପ୍ରାଚୀର ଭଳି କିଟ୍ ଡିଫେଣ୍ଡର୍ମାନେ ବି ଗ୍ବାଲିୟର୍ ଗତିକୁ ରୋକିଚାଲିଥିଲେ। ଆଉ ପ୍ରଥମ ପଦାର୍ପଣରେ କିଟ୍ ମହିଳା ହକି ଦଳ ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶାର ପରିଚୟକୁ ସୁରକ୍ଷିତ ରଖିଥିଲେ। ଏଥି ସହିତ କ୍ରମାଗତ ସଂସ୍କରଣରେ ଓଡ଼ିଶାକୁ ମହିଳା ହକି ଦଳ ସ୍ବର୍ଣ୍ଣ ପଦକ ଦେଇଛନ୍ତି। ୨୦୨୪ ଗୁଆହାଟୀ ସଂସ୍କରଣରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ସମାନ ଇଭେଣ୍ଟ୍ରେ ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଏଥର ଯୋଗ୍ୟତା ଅର୍ଜନ କରିପାରି ନଥିଲା। ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ମହିଳା ହକିରେ କିଟ୍ କିନ୍ତୁ କାଂସ୍ୟ ପଦକ ଜିତି ଯୋଗ୍ୟତା ଅର୍ଜନ କରିଥିବା ବେଳେ ଏବେ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରି ନୂଆ ଫର୍ଦ ଯୋଡ଼ିଛି।
India vs South Africa, 2nd ODI: ଦ୍ବିତୀୟ ଦିନିକିଆ: ଟିମ୍ ଇଣ୍ଡିଆକୁ ପରାଜିତ କଲା ଦକ୍ଷିଣ ଆଫ୍ରିକା
କିଟ୍ ମହିଳା ହକି ଦଳ: ନିକିତା ଟୋପ୍ପୋ (ଅଧିନାୟିକା), ଅଞ୍ଜଳି ମୁଣ୍ଡା (ଗୋଲରକ୍ଷିକା), ଆରତି ଖାଲକୋ, ଅଞ୍ଜଳି ବରୱା, ପ୍ରିୟା ଟୋପ୍ପୋ, ମରିୟାମ ଧନୱାର, ସୁମି ମୁଣ୍ଡାରୀ, ସୋନିଆ ଟୋପ୍ନୋ, ଆଲିଭା ଜାତେ, ରମ୍ଭା କୁଜୁର, ଦୀପିକା ବରୱା, ଉଷା ତିର୍କି, ଜମୁନା ଏକ୍କା, ପ୍ରିୟଙ୍କା ଟୋପ୍ପୋ, ଅର୍ଚ୍ଚନା ଖାଲ୍କୋ, ପ୍ରୀସିଲା ତିର୍କି, ସାବିତ୍ରୀ ଓରାମ, ରଜନୀ ଏକ୍କା। ପ୍ରଶିକ୍ଷକ: ଅମୂଲ୍ୟାନନ୍ଦ ବିହାରୀ, ପ୍ରବନ୍ଧିକା: ଜ୍ୟୋସ୍ନା ରୋହିଦାସ।
ପଦାର୍ପଣରେ ସ୍ବର୍ଣ୍ଣ ଅଭୁଲା ରହିବ: ଅମୂଲ୍ୟାନନ୍ଦ
ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ମହିଳା ହକି ଇଭେଣ୍ଟ୍ରେ ଭାଗ ନେଇ ସ୍ବର୍ଣ୍ଣ ଜିତିବାର ସ୍ମୃତି ଅଭୁଲା ରହିବ। ମୋ ବ୍ୟକ୍ତିଗତ ଜୀବନରେ ବି ଏହା ବଡ଼ ନିର୍ଣ୍ଣାୟକ ହୋଇଛି। କିଟ୍ ମୋ ବୃତ୍ତିଗତ ଜୀବନରେ ବଡ଼ ସହେଯୋଗ କରିଛି। ଏହାର ପ୍ରତ୍ୟୁତ୍ତରରେ ସ୍ବର୍ଣ୍ଣିମ ସଫଳତା ଦେଇପାରିଥିବାରୁ ଖୁସି ଲାଗୁଛି। ଆମ ଦଳର ଖେଳାଳି ପ୍ରଥମରୁ ଭଲ ଖେଳିଥିବାରୁ ଫାଇନାଲ୍ ଜିତିବା ନେଇ ଆତ୍ମବିଶ୍ବାସ ଥିଲା। ଦଳଗତ ପ୍ରଦର୍ଶନ ପାଇଁ ଏହା ସମ୍ଭବ ହେଲା ବୋଲି ପ୍ରକାଶ କରିଥିଲେ ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ତଥା ବିଜୁ ପଟ୍ଟନାୟକ ପୁରସ୍କାରପ୍ରାପ୍ତ ହକି ପ୍ରଶିକ୍ଷକ ଅମୂଲ୍ୟାନନ୍ଦ ବିହାରୀ। ରାଜ୍ୟକୁ ଡଜନ ଡଜନ ଅନ୍ତର୍ଜାତୀୟ ଖେଳାଳି ପ୍ରଦାନ କରିଥିବା ଅମୂଲ୍ୟାନନ୍ଦ କ୍ରୀଡ଼ା ଓ ଯୁବସେବା ବିଭାଗରୁ ଅବସର ନେବା ପରେ ଏବେ କିଟ୍ରେ ହକି ପ୍ରଶିକ୍ଷକ ଭାବେ କାମ କରୁଛନ୍ତି। ଗୋଲ୍ଡେନ୍ ଗାର୍ଲ ଅଲିଭା ଜାତେ କହିଥିଲେ, କେବଳ ମୁଁ ନୁହେଁ ଦଳ ପ୍ରଦର୍ଶନ ପାଇଁ ଏହି ବିଜୟ ସମ୍ଭବ ହେଲା। ଆମେ ଆଜି ଭୁବନେଶ୍ବର ଫେରିବାକୁ ଥିବାରୁ ଯାତ୍ରା ବେଳେ ବିଜୟ ଉତ୍ସବ ଭଲ ଭାବେ ପାଳିବୁ ବୋଲି କହିଥିଲେ ଅଧିନାୟିକା ନିକିତା ଟୋପ୍ପୋ।
Follow Us