ମହିଳା ହକି ବିଶ୍ବକପ୍‌: କ୍ବାର୍ଟର ପୂର୍ବରୁ ଭାରତ ବିଦା, କ୍ରସ୍‌ ଓଭରରେ ସ୍ପେନ୍‌ଠୁ ହାରିଲା

Advertisment

୨୦୦ତମ ମ୍ୟାଚ୍‌ ଖେଳିଲେ ନଭଜ୍ୟୋତ

୨୦୦ତମ ମ୍ୟାଚ୍‌ ଖେଳିଲେ ନଭଜ୍ୟୋତ

ମହିଳା ହକି ବିଶ୍ବକପ୍‌: କ୍ବାର୍ଟର ପୂର୍ବରୁ ଭାରତ ବିଦା, କ୍ରସ୍‌ ଓଭରରେ ସ୍ପେନ୍‌ଠୁ ହାରିଲା

ଟେରାସା (ସ୍ପେନ୍‌): ଭାରତୀୟ ମହିଳା ହକି ଦଳ ଏଫ୍‌ଆଇଏଚ୍‌ ବିଶ୍ବକପ୍‌ କ୍ବାର୍ଟର ଫାଇନାଲ୍ ଦୌଡ଼ରୁ ବାଦ୍‌ ପଡ଼ିଛି। ସୋମବାର ଖେଳାଯାଇଥିବା କ୍ରସ୍‌ଓଭର ମ୍ୟାଚ୍‌ରେ ଭାରତ କଡ଼ା ସଂଘର୍ଷ କରି ୦-୧ ଗୋଲ୍‌ରେ ସହଆୟୋଜକ ସ୍ପେନ୍‌ଠୁ ପରାସ୍ତ ହୋଇଥିଲା। ପ୍ରଥମ ୩ କ୍ବାର୍ଟର ଗୋଲ୍‌ କରିବାକୁ ଉଭୟ ଦଳ ‌କଡ଼ା ସଂଘର୍ଷ କରିଥିଲେ ମଧ୍ୟ କେହି କାହାରିକି ଗୋଲ୍‌ ଦେବାରେ ସଫଳ ହୋଇନଥିଲେ। ହେଲେ ଶେଷ କ୍ବାର୍ଟର ଶେଷ ହେବାକୁ ଆଉ ୩ ମିନିଟ୍‌ ବାକି ଥିଲା ବେଳେ ଭାରତର ରକ୍ଷଣାଭାଗକୁ ଭେଦ କରି ସ୍ପେନ୍‌ର ମାର୍ତା ସେ‌ଗୁ ଗୋଲ୍‌ ଦେଇଥିଲେ। ଫଳରେ ଭାରତ ପରାଜୟ ମୁହଁ ଦେଖିଥିଲା। ଏହି ମ୍ୟାଚ୍‌ରେ ଭାରତ ୪ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ କୌଣସି ଗୋଟିକୁ ଗୋଲ୍‌ରେ ପରିଣିତ କରିବାରେ ବିଫଳ ହେବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏହି ବିଜୟ ସହ ସ୍ପେନ୍‌ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା ବେଳେ ଭାରତ ଏବେ ୯ରୁ ୧୬ତମ ସ୍ଥାନ ପାଇଁ ଖେଳିବ।

୨୦୦ତମ ମ୍ୟାଚ୍‌ ଖେଳିଲେ ନଭଜ୍ୟୋତ

ଭାରତୀୟ ମଧ୍ୟଭାଗ ଖେଳାଳି ନଭଜ୍ୟୋତ କୌର ସୋମବାର ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ସ୍ପେନ୍‌ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ରେ ସେ ୨୦୦ତମ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ନଭଜ୍ୟୋତ ସାଂପ୍ରତିକ ସମୟରେ ଭାରତୀୟ ଦଳର ଜଣେ ନିୟମିତ ସଦସ୍ୟା। ଅଲିମ୍ପିକ୍‌ ସହ ଭାରତୀୟ ପ୍ରୋ ଲିଗ୍‌ ଦଳରେ ବି ସେ ରହିଥିଲେ। ନଭଜ୍ୟୋତ ୨୦୧୨ରେ ନାପିଅରରେ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳ‌ାରେ ନଭଜ୍ୟୋତ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହା ପରେ ସେ ଆଉ ପଛକୁ ‌ଫେରିନାହାନ୍ତି। ୨୦୧୪ ଓ ୨୦୧୮ ଏସିଆ କପ୍‌ରେ ଭାରତର କାଂସ୍ୟ ଓ ରୌପ୍ୟ ବିଜୟରେ ତାଙ୍କର ଢେର ଅବଦାନ ରହିଥିଲା। ୨୦୧୪ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସେ ଭାରତର ପ୍ରତିନିଧିତ୍ବ କରିଥିଲେ। ୨୦୦ତମ ମ୍ୟାଚ୍‌ ଲାଗି ହକି ଇଣ୍ଡିଆ ନଭଜ୍ୟୋତଙ୍କୁ ଶୁଭେଚ୍ଛା ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe