ମହିଳା ହକି ବିଶ୍ବକପ୍‌: ସବିତା ଦେଲେ ପ୍ରଥମ ବିଜୟ

Advertisment
ମହିଳା ହକି ବିଶ୍ବକପ୍‌: ସବିତା ଦେଲେ ପ୍ରଥମ ବିଜୟ

ତେରେସା (ସ୍ପେନ୍‌): ଅଧିନାୟିକା ସବିତା ପୁନିଆଙ୍କ ସାହସିକ ପ୍ରଦର୍ଶନ ବଳରେ ଭାରତ ଚଳିତ ଏଫଆଇଏଚ୍‌ ମହିଳା ହକି ବିଶ୍ବକପ୍‌ରେ ପ୍ରଥମ ବିଜୟ ହାସଲ କରିଛି। ପଦକ ଦୌଡ଼ରୁ ବାଦ୍ ପଡ଼ି ସାରିଥିବା ଭାରତୀୟ ଦଳ ସୁଟ୍‌ ଆଉଟ୍‌ରେ କାନାଡ଼ାକୁ ୩-୨ (୧-୧)ରେ ପରାସ୍ତ କରି ଶୀର୍ଷ ୧୨ ଭିତରେ ରହିବା ନିଶ୍ଚିତ ହୋଇଛି। ସ୍ପେନ୍‌ର ଟେରେସାରେ ଚାଲିଥିବା ଏହି ପର୍ଯ୍ୟାୟରେ ସୋମବାର ରାତିରେ ପ୍ରଥମ କ୍ବାର୍ଟରରେ କାନାଡ଼ା ଆଗୁଆ ରହିଥିଲା। ୧୧ତମ ମିନିଟ୍‌ରେ ମାଡେଲିନ୍‌ ସେକୋ ଗୋଲଟି ଦେଇଥିଲେ। କାନାଡ଼ା ବିଜୟ ମୁ‌ହାଁ ହେଉଥିବା ବେଳେ ଶେଷ କ୍ବାର୍ଟରର ଶେଷ ୨ ମିନିଟ୍‌ରେ ସଲିମା ଟେଟେ (୫୮ତମ ମିନିଟ୍‌) ମ୍ୟାଚ୍‌କୁ ବରାବର ସ୍ଥିତିକୁ ନେଇ ଆସିଥିଲେ। ନିୟମିତ ସମୟରେ ମ୍ୟାଚ୍‌ ୧-୧ ସ୍ଥିତିରେ ଶେଷ ହୋଇଥିଲା। ସୁଟ୍‌ ଆଉଟ୍ ବେଳେ ଅଧିନାୟିକା ସବିତା ୬ଟି ଚମତ୍କାର ବଞ୍ଚାଓ କରି ଭାରତକୁ ରକ୍ଷା କରିଥିଲେ।

‌ଅନ୍ୟପକ୍ଷରେ ନଭନୀତ କୌର୍‌, ସୋନିକା ଓ ନେହା ନିଜ ନିଜ ସୁଯୋଗରୁ ଗୋଲ୍ ସ୍କୋର୍‌ କରିଥିଲେ। ଭାରତ ୩-୨ରେ ବିଜୟୀ ହୋଇଯାଇଥିଲା। କ୍ରସ୍‌ ଓଭର ମ୍ୟାଚ୍‌ରେ ସ୍ପେନ୍‌ ନିକଟରୁ ଶେଷ ମୁହୂର୍ତରେ ହାରିଯାଇଥିବା ଭାରତ ସୋମବାର ରାତିରେ ପ୍ରଥମରୁ ଆକ୍ରମଣାତ୍ମକ ଖେଳିଥିଲା। ଦ୍ବିତୀୟ କ୍ବାର୍ଟରରେ ଭାରତ ଏକାଧିକ ଥର କାନାଡ଼ା ରକ୍ଷଣଭାଗକୁ ଭେଦିଥିଲେ ମଧ୍ୟ ଗୋଲ୍ ପାଉନଥିଲା। ତେବେ ନିରଂତର ଆକ୍ରମଣ କାରଣରୁ ସଲିମା ଟେଟେଙ୍କ ଜରିଆରେ ଶେଷକୁ ସୁଫଳ ମିଳିଥିଲା। ଭାରତ ଏବେ ୯ରୁ ୧୨ତମ ସ୍ଥାନ ପାଇଁ ଖେଳାଯିବାକୁ ଥିବା ଶ୍ରେଣୀଭୁକ୍ତ ମୁକାବିଲାରେ ବୁଧବାର ଜାପାନକୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe