ମହିଳା ପ୍ରିମିୟର ଲିଗ୍‌: ଦିଲ୍ଲୀ-ମୁମ୍ବାଇ ଫାଇନାଲ୍‌ ଆଜି

Advertisment

ପରସ୍ପରକୁ ଥରେ ଲେଖାଏଁ ହରାଇଛନ୍ତି; ମୁମ୍ବାଇ ଇଣ୍ଡିଆନ୍ସ ସପକ୍ଷରେ ବ୍ରାବର୍ଣ୍ଣ ରେକର୍ଡ

ପରସ୍ପରକୁ ଥରେ ଲେଖାଏଁ ହରାଇଛନ୍ତି; ମୁମ୍ବାଇ ଇଣ୍ଡିଆନ୍ସ ସପକ୍ଷରେ ବ୍ରାବର୍ଣ୍ଣ ରେକର୍ଡ

ମହିଳା ପ୍ରିମିୟର ଲିଗ୍‌: ଦିଲ୍ଲୀ-ମୁମ୍ବାଇ ଫାଇନାଲ୍‌ ଆଜି

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌) ପ୍ରଥମ ସଂସ୍କରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ବ୍ରାବର୍ଣ୍ଣରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ରହି ଦିଲ୍ଲୀ ପ୍ରଥମରୁ ଫାଇନାଲ୍‌କୁ ଆସିସାରିଥିଲା ବେଳେ ୟୁପି ୱାରିଅର୍ସକୁ ଏଲିମିନେଟ୍‌ କରି ମୁମ୍ବାଇ ଶେଷ ପାହାଚରେ ପାଦ ଥାପିଛି।

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅଧିନାୟିକା ହର୍ମନପ୍ରୀତ କୌରଙ୍କ ପ୍ରଦର୍ଶନ ଏବେ ବି ଚିନ୍ତାଜନକ ରହିଛି। ପ୍ରତିଯୋଗିତା ଆରମ୍ଭରୁ ତିନିଟି ଅର୍ଦ୍ଧଶତକ ଜମାଇଥିବା ହର୍ମନପ୍ରୀତଙ୍କ ବ୍ୟାଟ୍‌ ଗତ ୪ ମ୍ୟାଚ୍‌ରେ ଶାନ୍ତ ପଡ଼ିଯାଇଛି। ସୌଭାଗ୍ୟବଶତଃ ଏଲିମିନେଟର ମ୍ୟାଚ୍‌ରେ ନାଟ୍‌ ଶ୍ଚିଭର ବ୍ରଣ୍ଟଙ୍କ ବିସ୍ଫୋରକ ୭୨* ରନ୍‌ ଦଳକୁ ଫାଇନାଲ୍‌ରେ ପହଞ୍ଚାଇବାରେ ସହାୟତା କରିଥିଲା। ନଚେତ୍ ମ୍ୟାଚ୍‌ର ଚିତ୍ର କିଛି ଅଲଗା ହୋଇଯାଇଥା’ନ୍ତା। ଏହା ଉପରେ ଦିଲ୍ଲୀ ଅଧିନାୟିକା ମେଗ୍‌ ଲାନିଂ ମଧ୍ୟ ଧ୍ୟାନ ଦେବେ। ଯଦି ବ୍ରଣ୍ଟ ଓ ହର୍ମନପ୍ରୀତ୍‌ଙ୍କୁ ଏହି ଦଳ ନିୟନ୍ତ୍ରଣରେ ରଖିପାରିଲା, ତାହେଲେ ପ୍ରଥମ ସଂସ୍କରଣରେ ଟ୍ରଫି ହାତେଇବା ଅଧିକ ସହଜ ହୋଇଯିବ। ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ପ୍ରତିଯୋଗିତା ଆରମ୍ଭରୁ ଉତ୍‌ଥାନ ପତନ ଦେଇ ଗତି କରିଥିଲା। କିନ୍ତୁ ଶେଷ ଭାଗବେଳକୁ ବିଜୟ ଧାରାକୁ ବଜାୟ ରଖି ପଏଣ୍ଟ ଟେବୁଲ ଶୀର୍ଷକୁ ଆସିବା ସହ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଥିଲା। ବିଶେଷକରି ମେଗ୍‌ (୩୧୦ ରନ୍‌, ୫୧.୬୬ ହାର) ଓ ଯୁବ କ୍ରିକେଟର ଶେଫାଳି ବର୍ମା (୨୪୧ ରନ୍‌, ୧୮୨.୫୭ ଷ୍ଟ୍ରାଇକ୍‌ ରେଟ୍‌)ଙ୍କ ବିସ୍ଫୋରକ ପାଳି ଦଳକୁ ଏତେ ଆଗକୁ ଆଣିପାରିଛି। ଉଭୟ ଦଳ ମଧ୍ୟରେ ଲିଗ୍‌ ପର୍ଯ୍ୟାୟରେ ହୋଇଥିବା ପ୍ରଥମ ମୁକାବିଲାରେ ମୁମ୍ବାଇ ୮ ୱିକେଟ୍‌ରେ ବିଜୟୀ ହୋଇଥିଲା ବେଳେ ଦ୍ବିତୀୟ ମ୍ୟାଚ୍‌କୁ ଦିଲ୍ଲୀ ୯ ୱିକେଟ୍‌ରେ ଜିତିଥିଲା। ତେଣୁ ଉଭୟ ବର୍ତ୍ତମାନ ସମାନ ସ୍ଥିତିରେ ଅଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ: ମେଗ୍‌ ଲାନିଂ (ଅଧିନାୟିକା), ଜେମିମା ରୋଦ୍ରିଗ୍ବେଜ, ଶେଫାଳି ବର୍ମା, ଆଲିସେ କ୍ୟାପ୍‌ସି, ରାଧା ଯାଦବ, ଶିଖା ପାଣ୍ଡେ, ମାରିଜାନେ କାପ୍‌, ଟିଟାସ୍‌ ସାଧୁ, ଲୌରା ହାରିସ୍‌, ତାରା ନୋରିସ୍‌, ଜସିଆ ଅଖତର, ମିନୁ ମଣୀ, ତାନିଆ ଭାଟିଆ, ପୁନମ ଯାଦବ, ଜେସ୍‌ ଜୋନାସନ, ସ୍ନେହା ଦୀପ୍ତି, ଅରୁନ୍ଧତୀ ରେଡ୍ଡୀ, ଅପର୍ଣ୍ଣା ମଣ୍ଡଳ।

ମୁମ୍ବାଇ ଇଣ୍ଡିଆନ୍ସ: ହର୍ମନପ୍ରୀତ କୌର (ଅଧିନାୟିକା), ନାଟ୍‌ ଶ୍ଚିଭର ବ୍ରଣ୍ଟ, ଆମେଲିଆ କେର୍‌, ପୂଜା ବସ୍ତ୍ରକାର, ୟାସ୍ତିକା ଭାଟିଆ, ହିଦର ଗ୍ରାହମ, ଇସାବେଲ୍‌ ୱଙ୍ଗ, ଅମନଜ୍ୟୋତ କୌର, ଧାରା ଗୁଜ୍ଜର, ସାଇକା ଈଶାକ୍‌, ହିଲି ମାଥ୍ୟୁସ୍‌, କ୍ଲୋଇ ଟ୍ରୟନ, ହୁମାଇରା କାଜି, କୋମଲ ଜାନ୍‌ଜାଦ, ପ୍ରିୟଙ୍କା ବାଲା, ସୋନମ ଯାଦବ, ନୀଲମ ବିସ୍ତ୍‌, ଜିନ୍ତାମଣୀ କାଲିଟା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe