ମହିଳା ଟି-୨୦ ବିଶ୍ୱକପ: ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୩ ରନ୍

Advertisment

ମହିଳା ଟି-୨୦ ବିଶ୍ୱକପ ୨୦୨୪ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୧୭୨ ରନ୍ କରିଛି। ଫଳରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୩ ରନ୍ ରହିଛି...

ମହିଳା ଟି-୨୦ ବିଶ୍ୱକପ ୨୦୨୪ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୧୭୨ ରନ୍ କରିଛି। ଫଳରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୩ ରନ୍ ରହିଛି...

14a,zppcxcxp

ଦୁବାଇ: ମହିଳା ଟି-୨୦ ବିଶ୍ୱକପ ୨୦୨୪ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କା ସହିତ ମୁହାଁମୁହିଁ ହୋଇଛି।  ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।  

ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୩ ୱିକେଟ ହରାଇ ୧୭୨ ରନ୍ କରିଛି। ଫଳରେ ଶ୍ରୀଲଙ୍କା  ପାଇଁ ବିଜୟ ଲକ୍ଷ୍ୟ ୧୭୩ ରନ୍ ରହିଛି।

ଭାରତ ପକ୍ଷରୁ ଶେଫାଳୀ ବର୍ମା  ପ୍ରଥମେ ବ୍ୟାଟିଂ କରିବାକୁ ଆସି ୪୩ ରନ୍ କରିଥିଲେ। ସେହିପରି ସ୍ମୃତି ମନ୍ଧାନା ୫୦ ରନ୍ କରିଥିବାବେଳେ ଅଧିନାୟକ ହରମିନପ୍ରୀତ୍ କୌର ଅପରାଜିତ ୫୨ ରନ୍ କରିଥିଲେ।

କ୍ୟାପଟେନ ହରମାନପ୍ରୀତ କୌର ଭାରତ ପାଇଁ ତୋଫାନୀ ଇନିଂସ ଖେଳିଥିଲେ। ୨୭ ଟି ବଲରେ ଭାରତୀୟ ଅଧିନାୟକ ୫୨ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୮ ଚୌକା ଓ  ଗୋଟିଏ ଛକା ମାରିଥିଲେ। ଓପନର୍ ସ୍ମୃତି ମନ୍ଧାନା ୩୮ ବଲରେ ୫୦ ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ଶେଫାଳୀ ବର୍ମା ୪୦ ବଲରେ ୪୩ ରନ୍ କରିଥିଲେ। ଶ୍ରୀଲଙ୍କା ପାଇଁ ଚାମାରି ଅଟପାଟ୍ଟୁ ଏବଂ ଆନା କାଞ୍ଚନା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଭାରତୀୟ ଓପନର୍ ସ୍ମୃତି ମନ୍ଧାନା ଏବଂ ଶେଫାଳୀ ବର୍ମା ଏକ ଭଲ ଆରମ୍ଭ କରିଥିଲେ। ଉଭୟ ଭାରତୀୟ ଓପନର୍ ୧୨.୪ ଓଭରରେ ୯୮ ରନ୍ ଯୋଡିଥିଲେ। ଭାରତୀୟ ଅଧିନାୟକ ହରମାନପ୍ରୀତ କୌର ଏବଂ ଜେମିମା ରୋଡ୍ରିଗୁସ୍ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ। ଜେମିମା ରୋଡ୍ରିଗୁସ୍ ୧୦ ବଲରେ ୧୬ ରନ୍ ସ୍କୋର କରିଥିଲେ। ଏଥି ସହିତ ରିଚା ଘୋଷ ୬ଟି ବଲରେ ୬ ରନ୍ ସ୍କୋର କରିବା ପରେ ଅପରାଜିତ ରହିଥିଲେ। ଅଧିନାୟକଙ୍କୁ ଭଲ ଭାବରେ ଷ୍ଟାଣ୍ଡ୍ ଦେଇଥିଲେ।   ହରମାନପ୍ରୀତ କୌର ଏବଂ ରିଚା ଘୋଷ ୨୨ ବଲରେ ୪୪ ରନର ଯୋଗଦାନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe