ମହିଳା ଟି-୨୦ ଚ୍ୟାଲେଞ୍ଜ ପୁଣେକୁ ସ୍ଥାନାନ୍ତର, ଆଇପିଏଲ୍‌ ଫାଇନାଲ୍‌ ଅହମଦାବାଦରେ

Advertisment
ମହିଳା ଟି-୨୦ ଚ୍ୟାଲେଞ୍ଜ ପୁଣେକୁ ସ୍ଥାନାନ୍ତର, ଆଇପିଏଲ୍‌ ଫାଇନାଲ୍‌ ଅହମଦାବାଦରେ

Sportstar - The Hindu

ମୁମ୍ବ‌ାଇ: ମହିଳା ଟି-୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ପୁଣେକୁ ସ୍ଥାନାନ୍ତର ହେବ। ଏହି ପ୍ରତିଯୋଗିତା ଲକ୍ଷ୍ନୌରେ ହେବ ବୋଲି ଗତମାସରେ ବିସିସିଆଇ ଆପେକ୍ସ କାଉନସିଲ ବୈଠକ ପରେ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ। ହେଲେ ଏହି ପ୍ରତିଯୋଗିତା ପୁଣେରେ ଚଳିତ ମାସ ୨୩ରୁ ଆରମ୍ଭ ହେବ ଏବଂ ସମସ୍ତ ମ୍ୟାଚ୍‌ ପୁଣେରେ ଖେଳାଯିବ ବୋଲି ବିସିସିଆଇ ମଙ୍ଗଳବାର ସ୍ପଷ୍ଟ କରିଛି। ଏହି ୩ ଦଳୀୟ ପ୍ରତିଯୋଗିତାରେ ଟ୍ରେଲବ୍ଲେଜର୍ସ, ସୁପରନୋଭାସ ଓ ଭେଲୋସିଟି ଭାଗନେବେ। ତିନି ଦିନ (୨୩, ୨୪ ଓ ୨୬) ରାଉଣ୍ଡ ରବିନ୍‌ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଓ ତୃତୀୟ ମ୍ୟାଚ୍‌ ରାତି ୭.୩୦ ଏବଂ ଦ୍ବିତୀୟ ମ୍ୟାଚ୍‌ ଅପରାହ୍ଣ ୩.୩୦ରେ ଖେଳାଯିବ। ଫାଇନାଲ୍‌ ମ୍ୟାଚ୍‌ ୨୮ ତାରିଖ ରାତି ୭.୩୦ରେ ଖେଳାଯିବ। ପ୍ରତ୍ୟେକ ଦଳ ନିଜ ନିଜ ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ। ଶୀର୍ଷ ଦୁଇ ଦଳ ଟ୍ରଫି ମୁକାବିଲାକୁ ଓହ୍ଲାଇବେ। ସୂଚନାଯୋଗ୍ୟ ଯେ ଟ୍ରେଲବ୍ଲେଜର୍ସ ଥ‌ରେ ଏବଂ ସୁପରନୋଭାସ ଦୁଇ ଥର ଏହି ଟ୍ରଫି ଜିତିଛି।

ଅନ୍ୟପକ୍ଷରେ ଆଇପିଏଲ୍‌ ଫାଇନାଲ୍‌ ମେ’ ୨୯ ତାରିଖରେ ଅହମ୍ମଦାବାଦରେ ଖେଳାଯିବା ନିଶ୍ଚିତ ବୋଲି ବିସିସିଆଇ ସ୍ପଷ୍ଟ କରିଛି। କ୍ବାଲିଫାୟର ୧ ଓ ଏଲିମିନେଟର୍‌ କୋଲ୍‌କାତାରେ (ମେ’ ୨୪ ଓ ୨୫) ଏବଂ କ୍ବାଲିଫାୟର-୨ ଓ ଫାଇନାଲ୍‌ ଅହମ୍ମଦାବାଦ (ମେ’ ୨୭ ଓ ୨୯)‌େର ଖେଳାଯିବ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe