ମହିଳା ଟ୍ବେଣ୍ଟି-୨୦ ଲିଗ୍‌: କାଜଲଙ୍କ ଅର୍ଦ୍ଧଶତକ; ୟେଲୋ ଓ ଭାଓଲେଟ୍‌ ବିଜୟୀ

Advertisment
ମହିଳା ଟ୍ବେଣ୍ଟି-୨୦ ଲିଗ୍‌: କାଜଲଙ୍କ ଅର୍ଦ୍ଧଶତକ; ୟେଲୋ ଓ ଭାଓଲେଟ୍‌ ବିଜୟୀ

କଟକ: କାଜଲ ଜେନାଙ୍କ ଅର୍ଦ୍ଧଶତକ ବଳରେ ଓଡ଼ିଶା ୟେଲୋ ଚଳିତ ମହିଳା ଟ୍ବେଣ୍ଟି-୨୦ ଲିଗ୍‌ରେ ଓଡ଼ିଶା ଗ୍ରୀନ୍‌କୁ ୪୨ ରନ୍‌ରେ ପରାସ୍ତ କରିଛି। ଡ୍ରିମ୍ସ ଷ୍ଟାଡିୟମରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ୟେଲୋ ପ୍ରଥମେ ବ୍ୟାଟି˚ କରି ୧୭ ଓଭରରେ ୩ ଵିକେଟ ହରାଇ ୧୨୬ ରନ୍‌ ସ˚ଗ୍ରହ କରିଥିଲା। କାଜଲ ୮୯ (୫୫ ବଲ୍‌, ୧୩ ଚୌକା, ୩ ଛକା) ଓ ସୁମିତ୍ରା ସାହୁ ୨୧ ରନ୍‌ କରିଥିଲା ବେଳେ ସୁଜାତା ମଲ୍ଲିକ ଓ କଳ୍ପନା ନାୟକ ୧ ଵିକେଟ ଲେଖାଏଁ ନେଇଥିଲେ। ଡିଏଲ୍‌ ପଦ୍ଧତିରେ ଗ୍ରୀନ୍‌ ସମ୍ମୁଖରେ ୧୭ ଓଭରରେ ୧୨୯ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ବେଳେ ଏହି ପାଳି ଅବସରରେ ଦୁଇ ଦୁଇ ଥର ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା।

ଫଳରେ ଧାର୍ଯ୍ୟ ଓଭର ପୂରଣ ହେବାବେଳକୁ ଗ୍ରୀନ୍‌ ୮ ଵିକେଟ ବିନିମୟରେ ୮୬ ରନ୍‌ କରିପାରିଥିଲା। କାଜଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।
ଏଥିପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଭାଓଲେଟ୍‌ ୩ ଵିକେଟରେ ଓଡ଼ିଶା ପର୍ପଲକୁ ହରାଇଛି। ଟସ୍‌ ଜିତି ବ୍ୟାଟି˚ ନେଇଥିବା ପର୍ପଲ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା। କେବଳ ଅଙ୍କିତା ଗିରି (୨୨) ଓ ପୁନମ ନାୟକ (୨୪*) ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଦୁଇ ଅଙ୍କରେ ପହଞ୍ଚିପାରିନଥିଲେ। ଭାଓଲେଟ ସମ୍ମୁଖରେ ପର୍ପଲ ୮୧ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ବେଳେ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଦଳ ୧୮.୫ ଓଭରରେ ବିଜୟୀ ହୋଇଥିଲା। ରାଜଶ୍ରୀ ସ୍ବାଇଁ ଓ ଶୁଭ୍ର ନିର୍ଝରିଣୀ ସ୍ବାଇଁ ଦୁଇ ଵିକେଟ ଲେଖାଏଁ ନେଇଥିଲେ। ମ୍ୟାଚ୍‌ ବିଜୟୀ ପାଳି ପାଇଁ ସୁଶ୍ରୀ (୩୨)ଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe