ମହିଳା ଟ୍ବେଣ୍ଟି-୨୦ ଲିଗ୍‌ରେ ରେଡ୍‌, ଗ୍ରିନ୍‌ ବିଜୟୀ

Advertisment
ମହିଳା ଟ୍ବେଣ୍ଟି-୨୦ ଲିଗ୍‌ରେ ରେଡ୍‌, ଗ୍ରିନ୍‌ ବିଜୟୀ

କଟକ : ଡ୍ରିମ୍ସରେ ଚାଲିଥିବା ମହିଳା ଟ୍ବେଣ୍ଟି-୨୦ ଲିଗ୍‌ରେ ଶୁକ୍ରବାର ଓଡ଼ିଶା ରେଡ୍‌ ଓ ଓଡ଼ିଶା ଗ୍ରିନ୍‌ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ରେଡ୍‌ ଦଳ ୮ ଵିକେଟରେ ଓଡ଼ିଶା ପର୍ପଲକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟି˚ ନେଇଥିବା ପର୍ପଲ ୮ ଵିକେଟ ବିନିମୟରେ ୮୧ ରନ୍‌ କରିଥିଲା। ପୁନମ ନାୟକ ୨୦ ରନ୍‌ କରିଥିଲା ବେଳେ ଶ୍ରେୟା ପ୍ରିୟଦର୍ଶିନୀ ଓ ଅଞ୍ଜଳି ସି˚ହ ୨ ଵିକେଟ ଲେଖାଏଁ ନେଇଥିଲେ। ଜବାବରେ ୮୨ ରନ୍‌ର ଲକ୍ଷ୍ୟକୁ ରେଡ୍‌ ୧୬.୫ ଓଭରରେ ୨ ଵିକେଟ ହରାଇ ହାସଲ କରିଥିଲା। ଅଞ୍ଜଳି ୨୪* ଓ ମାଧୁରୀ ମେହେଟ୍ଟା ୨୨ ରନ୍‌ କରିଥିଲେ। ଅଲରାଉଣ୍ତ ପ୍ରଦର୍ଶନ ପାଇଁ ଅଞ୍ଜଳିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ କଟକ ଗ୍ରାମାଞ୍ଚଳ ଏସ୍‌ପି ଯୁଗଳ କିଶୋର ବନୋଥ ପୁରସ୍କୃତ କରିଥିଲେ।

ଦ୍ବିତୀୟ ମ୍ୟାଚ୍‌ରେ ଗ୍ରିନ୍‌ ଦଳ ୯ ଵିକେଟରେ ଓଡ଼ିଶା ଭାଓଲେଟ୍‌କୁ ହରାଇଛି। ଟସ୍‌ ଜିତି ବ୍ୟାଟି˚ ନେଇଥିବା ଭାଓଲେଟ୍‌ ୪୭ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ଜି.ଏମ୍‌ ଅଳକାନନ୍ଦା ୪, ରସନାରା ପରବିନ୍‌ ୩ ଵିକେଟ ଅକ୍ତିଆର କରିଥିଲେ। ଜବାବ‌ରେ ରଶ୍ମିତା ଚିହ୍ନାରାଙ୍କ ଅପରାଜିତ ୩୧ ରନ୍‌ ବଳରେ ଗ୍ରିନ୍‌ ୧୦.୪ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଅଳକାନନ୍ଦାଙ୍କୁ ଓଡ଼ିଶା କ୍ରିକେଟ ଏକାଡେମୀର ବୈଷୟିକ ନିର୍ଦ୍ଦେଶକ ଆର‌୍‌. ଶ୍ରୀକାନ୍ତ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe