ସୋମବାରଠୁ ମହିଳା ଟ୍ବେଣ୍ଟି-୨୦ ଲିଗ୍‌: ଭାଗନେବେ ୫ ଦଳ, ଖେଳାଯିବ ୨୧ ମ୍ୟାଚ୍‌

Advertisment

୧୧ରେ ଫାଇନାଲ୍‌

୧୧ରେ ଫାଇନାଲ୍‌

ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ଦଳ: ଝାଡ଼ଖଣ୍ଡ ସହ ଖେଳିବେ ୨ ଅଭ୍ୟାସ ମ୍ୟାଚ୍‌

Sambad

କଟକ: ଆସନ୍ତା ଅଗଷ୍ଟ ୧ ତାରିଖରୁ ଓସିଏ ମହିଳା ଟ୍ବେଣ୍ଟି-୨୦ ଲିଗ୍‌ର ଦ୍ବିତୀୟ ସ˚ସ୍କରଣ ଆରମ୍ଭ ହେବ। ଏଥିରେ ୫ ଦଳ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ଲିଗ୍‌ରେ ଫାଇନାଲ୍‌କୁ ମିଶାଇ ମୋଟ ୨୧ ମ୍ୟାଚ୍‌ ଖେଳାଯିବ। ପ୍ରତ୍ୟେକ ଦିନ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ। ପ୍ରତ୍ୟେକ ଦଳ ଲିଗ୍‌ ପର୍ଯ୍ୟାୟରେ ୮ଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ସର୍ବାଧିକ ପଏଣ୍ଟ ପାଇଥିବା ଦୁଇ ଦଳ ୧୧ ତାରିଖରେ ଫାଇନାଲ୍‌ ଖେଳିବେ। ଏନେଇ ଶନିବାର ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପ୍ରତିଯୋଗିତାରେ ଅ˚ଶଗ୍ରହଣ କରୁଥିବା ସମସ୍ତ ୫ ଦଳ ପାଇଁ ଅଧିନାୟିକା ଓ ପ୍ରଶିକ୍ଷକଙ୍କ ନାମକୁ ମଧ୍ୟ ଏହି ଅବସରରେ ଘୋଷଣା କରାଯାଇଛି। ଓଡ଼ିଶା ରେଡ୍‌ରେ ମାଧୁରୀ ମେହେଟ୍ଟା ଅଧିନାୟିକା ଓ ସୁରେଶ କୁମାର ପ୍ରଶିକ୍ଷକ ରହିଥିଲା ବେଳେ ଓଡ଼ିଶା ଗ୍ରିନ୍‌ରେ ରସନାରା ପରବିନ୍‌ ଅଧିନାୟିକା ଓ ଇତିଶ୍ରୀ ପଟ୍ଟନାୟକ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସେହିପରି ଓଡ଼ିଶା ଭାଓଲେଟ୍‌ରେ ସୁଶ୍ରୀ ଦିବ୍ୟଦର୍ଶିନୀ ଅଧିନାୟିକା ଓ ପୁଷ୍ପାଞ୍ଜଳି ବାନାର୍ଜୀ ପ୍ରଶିକ୍ଷକ, ଓଡ଼ିଶା ପର୍ପଲରେ ପ୍ରଜ୍ଞା ପାରମିତା ମହାନ୍ତି ଅଧିନାୟିକା ଓ ଦେବଦତ୍ତ ଲେଙ୍କା ପ୍ରଶିକ୍ଷକ ଏବଂ ଓଡ଼ିଶା ୟେଲୋରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଅଧିନାୟିକା ଓ କାଦମ୍ବିନୀ ମହାକୁଡ଼ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବେ। ପ୍ରତ୍ୟେକ ଦଳରେ ଖେଳାଳି, ପ୍ରଶିକ୍ଷକ ଓ ସହକାରୀଙ୍କ ସହିତ ମୋଟ ୨୦ ଜଣ ସଦସ୍ୟ ରହିପାରିବେ। ପ୍ରତ୍ୟେକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳିଙ୍କୁ ଏମ୍‌ଜିଏମ୍‌ ପକ୍ଷରୁ ୫ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe