ଆଜିଠାରୁ ମହିଳା ଟ୍ବେଣ୍ଠି-୨୦ ବିଶ୍ବକପ୍‌: ଭାରତ-ପାକିସ୍ତାନ ମୁକାବିଲା ୧୨ରେ

କେପ୍‌ଟାଉନ : ଦକ୍ଷିଣ ଆଫ୍ରିକାରେ ଆଜିଠାରୁ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମୁଖ୍ୟ ପର୍ଯ୍ୟାୟ ଆରମ୍ଭ ହେବ। କେପ୍‌ଟାଉନ୍‌ରେ ଆୟୋଜକ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଉଦ୍‌ଘାଟନୀ ମୁକାବିଲାରେ ଅବତୀର୍ଣ୍ଣ ହେବେ। ତେବେ ବିଶ୍ବକପ୍‌ ଜିତିବା ଲକ୍ଷ୍ୟରେ ରହିଥିବା ଭାରତ ୧୨ ତାରିଖ ଦିନ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଖେଳି ଅଭିଯାନ ଆରମ୍ଭ କରିବ। ଏହି ୧୦ ଦଳୀୟ ପ୍ରତିଯୋଗିତାର ଗ୍ରୁପ୍‌-ବି’ରେ ସ୍ଥାନ ପାଇଥିବା ଭାରତ ପରବର୍ତୀ ଗ୍ରୁପ୍‌ ମ୍ୟାଚ୍‌ ୧୫ ତାରିଖରେ ୱେଷ୍ଟଇଣ୍ଡିଜ୍‌, ୧୮ ତାରିଖରେ ଇଂଲଣ୍ଡ ଏବଂ ୨୦ ତାରିଖରେ ଆୟର୍ଲାଣ୍ଡ୍‌ ସହ ଖେଳିବ। ୨୩ ଓ ୨୪ ତାରିଖରେ ସେମିଫାଇନାଲ୍‌ ଏବଂ ୨୬ରେ ଫାଇନାଲ୍‌ ଖେଳାଯିବା ସହ ବିଶ୍ବକପ୍‌ ଉଦ୍‌ଯାପିତ ହେବ।

ଆସନ୍ତା ୧୨ ତାରିଖରେ ପ୍ରଥମ ମ୍ୟାଚ୍‌ ଖେଳିବା ପୂର୍ବରୁ ହର୍ମନପ୍ରୀତ୍‌ କୌରଙ୍କ ଭାରତୀୟ ଦଳ ଦୁଇଟି ୱାର୍ମ ଅପ୍‌ ମ୍ୟାଚ୍‌ ଖେଳି ମିଶ୍ର ଫଳ ପାଇଛି। ପ୍ରଥମ ୱାର୍ମ ଅପ୍‌ରେ ଅଷ୍ଟ୍ରେଲିଆ ନିକଟରୁ ୪୪ ରନ୍‌ରେ ହାରିଯାଇଥିବା ଭାରତ ଦ୍ବିତୀୟ ୱାର୍ମ ଅପ୍‌ରେ ବାଂଲାଦେଶକୁ ୫୨ ରନ୍‌ଣେ ପରାସ୍ତ କରିଛି। ବାଂଲାଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ରିଚା ଘୋଷଙ୍କ ୯୧ ଓ ଜେମିମା ରଦ୍ରିଗ୍ବେଜ୍‌ଙ୍କ ୪୧ ରନ୍‌ ବଳରେ ୧୮୩/୫ କରିଥିଲା। ପରେ ବୋଲରଙ୍କ ମିଳିତ ସଫଳତା ବଳରେ ବାଂଲାଦେଶ ପାଳିକୁ ୧୩୧/୮ରେ ଅଟକାଇ ଦେଇଥିଲା। ଦେବିକା ବୈଦ୍ୟ ୨, ରାଜେଶ୍ବରୀ ଗାଏକ୍ବାଡ, ଅଞ୍ଚଳି ସର୍ବଣୀ, ଦୀପ୍ତି ଶର୍ମା, ରାଧା ୟାଦବ ଓ ଶେଫାଳି ବର୍ମା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଏହା ପୂର୍ବ ମ୍ୟାଚ୍‌ରେ ବୋଲରମାନେ ଅଷ୍ଟ୍ରେଲିଆକୁ ୧୨୯/୮ରେ ରୋକିଥିଲେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ଭାରତ ୮୫ (୧୫ ଓଭର) ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଭାରତ ପକ୍ଷରୁ ପୂଜା ବସ୍ତ୍ରକାର, ଶିଖା ପାଣ୍ଡେ ଓ ରାଧା ୟାଦବ ୨ ୱିକେଟ୍‌ ଲେଖାଏଁ ପାଇଥିଲା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ଦାର୍ସି ବ୍ରାଉନ୍‌ (୪/୧୭) ଓ ଆସ୍‌ଲେ ଗାର୍ଡନର (୨/୧୬) ସଫଳ ବୋଲର ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe