ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ: ପ୍ରିକ୍ବାର୍ଟରରେ ଜାରିନ, ମନୀଷା

Advertisment
ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ: ପ୍ରିକ୍ବାର୍ଟରରେ ଜାରିନ, ମନୀଷା

ନୂଆଦିଲ୍ଲୀ: ବିଶ୍ବ ବିଜୟିନୀ ନିଖତ ଜାରିନ ଏବଂ ମନୀଷା ମାଉଁ ସ୍ଥାନୀୟ କେଡି ଯାଦବ ଇନ୍‌ଡୋର ହଲ୍‌ରେ ଚାଲିଥିବା ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ପ୍ରିକ୍ବାର୍ଟର ଫାଇନାଲ୍‌‌ରେ ପହଞ୍ଚିଯାଇଛନ୍ତି। ୫୦ କେଜି ବର୍ଗ ପ୍ରଥମ ରାଉଣ୍ଡ ମୁକାବିଲାରେ ଆଜରବାଇଜାନର ଅନାଖାନିମ ଇସ୍‌ମାୟିଲୋଭାଙ୍କୁ ପରାସ୍ତ କରିଥିବା ନିଖତ ରାଉଣ୍ଡ-୩୨ରେ ୨୦୨୨ ଅଫ୍ରିକୀୟ ବିଜୟିନୀ ଆଲ୍‌ଜେରିଆର ବୌଆଲାମ ରୌମାୟସାଙ୍କୁ ୫-୦ରେ ପରାସ୍ତ କରି ରାଉଣ୍ଡ-୧୬ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଜାରିନ ଗତ ସଂସ୍କରଣରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ୫୭ କେଜି ବର୍ଗ ରାଉଣ୍ଡ-୩୨ରେ ମନୀଷା ୫-୦ରେ ଅଷ୍ଟ୍ରେଲିଆର ରହିମି ଟିନାଙ୍କୁ ମାତ୍‌ ଦେଇଥିଲେ। ମନୀଷା ୨୦୨୨ ସଂସ୍କରଣର କାଂସ୍ୟ ବିଜୟିନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe