ମହିଳା ବିଶ୍ବକପ୍‌ରେ ପୁରୁଷଙ୍କଠାରୁ ଅଧିକ ଅର୍ଥରାଶି ପୁରସ୍କାର: ବିଜେତା ପାଇବ ୪୦ କୋଟି, ମୋଟ ଉପରେ ୧୨୨.୬୫ କୋଟି

ଭାରତ ଓ ଶ୍ରୀଲଙ୍କା ଯୁଗ୍ମଭାବେ ଆୟୋଜନ କରିବାକୁ ଯାଉଥିବା ତ୍ରୟୋଦଶ ଏକଦିବସୀୟ ମହିଳା ବିଶ୍ବକପ୍‌ର ବିଜେତା ଦଳ ୪.୪୮ ନିୟୁତ ଡଲାର ବା ପାଖାପାଖି ୪୦ କୋଟି ଟଙ୍କାର ଅର୍ଥରାଶି ପୁରସ୍କାର ପାଇବ।

womens world cup

ମୁମ୍ବାଇ: ଭାରତ ଓ ଶ୍ରୀଲଙ୍କା ଯୁଗ୍ମଭାବେ ଆୟୋଜନ କରିବାକୁ ଯାଉଥିବା ତ୍ରୟୋଦଶ ଏକଦିବସୀୟ ମହିଳା ବିଶ୍ବକପ୍‌ର ବିଜେତା ଦଳ ୪.୪୮ ନିୟୁତ ଡଲାର ବା ପାଖାପାଖି ୪୦ କୋଟି ଟଙ୍କାର ଅର୍ଥରାଶି ପୁରସ୍କାର ପାଇବ। ଯାହା ହେଉଛି ଗତଥର ବିଜେତା ପାଇଥିବା ପୁରସ୍କାର ରାଶିର ୩ଗୁଣ। ଗତଥରର ବିଜେତା ମାତ୍ର ୧୧.୬୫ କୋଟି ଟଙ୍କା ପାଇଥିଲା। ଏପରିକି ଏଥରର ମହିଳା ବିଶ୍ବକପ୍‌ରେ ପୁରୁଷ ବିଶ୍ବକପ୍‌ଠାରୁ ଅଧିକ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ। ସୋମବାର ଆଇସିସି ଦେଇଥିବା ସୂଚନା ଅନୁସାରେ ସେପ୍ଟେମ୍ବର ୩୦ରୁ ଆରମ୍ଭ ହେବାକୁ ଯାଉଥିବା ଏହି ୮ଦଳୀୟ ପ୍ରତିଯୋଗିତାରେ ମୋଟ ୧୨୨.୫ କୋଟି ଟଙ୍କା ପୁରସ୍କାର ବାବଦରେ ପ୍ରଦାନ କରାଯିବ। ଯାହା ବିଶ୍ବକପ୍ ଇତିହାସରେ ସର୍ବାଧିକ। 

ନ୍ୟୁଜିଲାଣ୍ଡରେ ୨୦୨୨ ମସିହାରେ ଆୟୋଜିତ ହୋଇଥିବା ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ର ଗତ ସଂସ୍କରଣରେ ମାତ୍ର ୩୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ଏପରିକି ଏଥରର ମହିଳା ବିଶ୍ବକପ୍‌ର ପୁରସ୍କାର ରାଶି ୨୦୨୩ ମସିହାର ପୁରୁଷ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ ପୁରସ୍କାର ରାଶି ୮୮.୨୬ କୋଟି ଟଙ୍କାଠାରୁ ମଧ୍ୟ ଯଥେଷ୍ଟ ଅଧିକ। ଏଥର ଉପବିଜେତା ଦଳ ୧୯.୭୭ କୋଟି (ଗତଥରଠାରୁ ୨୭୩ ପ୍ରତିଶତ ଅଧିକ), ସେମିଫାଇନାଲ୍‌ରେ ପରାଜିତ ଦଳ ୯.୮୯ କୋଟି ଲେଖାଏଁ, ପ୍ରତି ଗ୍ରୁପ୍ ପର୍ଯ୍ୟାୟ ବିଜୟ ପାଇଁ ୩୦.୨୯ ଲକ୍ଷ, ପଞ୍ଚମ, ଷଷ୍ଠ ସ୍ଥାନ ପାଇଁ ୬୨ଲକ୍ଷ, ସପ୍ତମ, ଅଷ୍ଟମ ସ୍ଥାନରେ ରହିବା ଦଳ ୨୪.୭୧ ଲକ୍ଷ ସହ ପ୍ରତ୍ୟେକ ଅଂଶଗ୍ରହଣକାରୀ ଦଳ ଅତିରିକ୍ତ ୨୨ ଲକ୍ଷ ଟଙ୍କା ଲେଖାଏଁ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe