Women's World Cup: ମହିଳା ବିଶ୍ବକପ୍‌: କର ବା ମର ସ୍ଥିତିରେ ଭାରତ

Advertisment

ଆଡିଲେଡ୍‌ରେ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଅଗ୍ନିପରୀକ୍ଷା ଗୁରୁବାର ସକାଳ ୯ଟାରୁ ଆରମ୍ଭ ହେବ। ମହିଳା ଦଳ ମଧ୍ୟ ଅପରାହ୍‌ଣ ୩ଟାରୁ ନବି ମୁମ୍ବାଇଠାରେ ଆଉ ଏକ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ।

ଆଡିଲେଡ୍‌ରେ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଅଗ୍ନିପରୀକ୍ଷା ଗୁରୁବାର ସକାଳ ୯ଟାରୁ ଆରମ୍ଭ ହେବ। ମହିଳା ଦଳ ମଧ୍ୟ ଅପରାହ୍‌ଣ ୩ଟାରୁ ନବି ମୁମ୍ବାଇଠାରେ ଆଉ ଏକ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ।

fshhfshfhfhhfshfs

ମୁମ୍ବାଇ: ଆଡିଲେଡ୍‌ରେ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଅଗ୍ନିପରୀକ୍ଷା ଗୁରୁବାର ସକାଳ ୯ଟାରୁ ଆରମ୍ଭ ହେବ। ମହିଳା ଦଳ ମଧ୍ୟ ଅପରାହ୍‌ଣ ୩ଟାରୁ ନବି ମୁମ୍ବାଇଠାରେ ଆଉ ଏକ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ। ଚଳିତ ମହିଳା କ୍ରିକେଟ୍ ବିଶ୍ବକପ୍‌ରେ ନିଜ ଅଭିଯାନକୁ ଅତୁଟ ରଖିବା ଲାଗି କର ବା ମର ସ୍ଥିତିରେ ରହି ନ୍ୟୁଜିଲାଣ୍ଡ ସହ ଲଢ଼େଇ କରିବ। ଲକ୍ଷ୍ୟ ସେମିଫାଇନାଲ୍ ଟିକେଟ ହୋଇଥିବାରୁ ତା’ ପୂର୍ବରୁ ଭାରତୀୟ ଦଳ ପାଇଁ ଏହା କ୍ବାର୍ଟର୍‌ଫାଇନାଲ୍ ସଦୃଶ ହେବ। ନ୍ୟୁଜିଲାଣ୍ଡକୁ ହରାଇଲେ ଟିମ୍ ଇଣ୍ଡିଆର ଘରୋଇ ପରିବେଶରେ ବିଶ୍ବକପ୍ ଜିତିବା ଆଶା ଅତୁଟ ରହିବ। ଅନ୍ୟଥା ଆସନ୍ତାକାଲି ହିଁ ଏହି ସ୍ବପ୍ନ ହୁଏତ ଭାଙ୍ଗି ଚୂରମାର୍ ‌ହୋଇଯିବ! 

ଭାରତୀୟ ଦଳ ଲଗାତାର ଦୁଇଟି ମ୍ୟାଚ୍ ଜିତି ଚମତ୍କାର ଢଙ୍ଗରେ ତା’ର ବିଶ୍ବକପ୍ ଅଭିଯାନ ଆରମ୍ଭ କରିଥିଲା। ହେଲେ ପରବର୍ତ୍ତୀ ତିନିଟି ମ୍ୟାଚ୍‌ରେ ପରାଜିତ ହେବା ପରେ ଦଳର ସେମିଫାଇନାଲ୍ ପ୍ରବେଶ ଏବେ ସଙ୍କଟ ଘେରକୁ ଚାଲିଯାଇଛି। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ସେମିଫାଇନାଲ୍‌ରେ ପ୍ରବେଶ କରିସାରିଥିବାରୁ ଏହି ପର୍ଯ୍ୟାୟର ଚତୁର୍ଥ ତଥା ଅନ୍ତମ ସ୍ଥାନ ପାଇଁ ଭାରତ ଏବେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସହ ତ୍ରିମୁଖୀ ଲଢ଼େଇରେ ରହିଛି। ସମସ୍ତେ ୪ ପଏଣ୍ଟ୍ ଲେଖାଏଁରେ ଅଛନ୍ତି। ଏଣୁ ଗୁରୁବାର ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରୁ ଯିଏ ଜିତିବ, ସିଏ ସେମିଫାଇନାଲ୍‌ରେ ଆପାତତଃ ଗୋଟିଏ ପାଦ ରଖିବ। ଭାରତୀୟ ଦଳ ପାଇଁ ଷଷ୍ଠ ବୋଲିଂ ବିକଳ୍ପ ଏବେ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସେହିଭଳି ଶୀର୍ଷକ୍ରମର ଅସ୍ଥିର ପ୍ରଦର୍ଶନ ଦଳକୁ ଅଡ଼ୁଆରେ ପକାଇଛି।

ଏଣୁ ଭାରତ ଜେମିମା ରଡ୍ରିଗ୍ସଙ୍କୁ ଚୂଡ଼ାନ୍ତ ଏକାଦଶକୁ ଫେରାଇ ଆଣିପାରେ। ସେପଟେ ନ୍ୟୁଜିଲାଣ୍ଡ ଖେଳିଥିବା ପାଞ୍ଚଟି ମ୍ୟାଚ୍‌ରୁ ଦୁଇଟିରେ ପରାଜିତ ହୋଇଥିଲା ବେଳେ ଦୁଇଟିର ଫଳାଫଳ ମିଳିନି। କିୱି ଦଳ କେବଳ ଗୋଟିଏ ବିଜୟ ହାସଲ କରିଛି। ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦୁର୍ବଳ ରେକର୍ଡ ଅଧିନାୟକ ହରମନପ୍ରୀତ୍ କୌରଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି। ଭାରତ ବିପକ୍ଷରେ ୫୭ ଦିନିକିଆ ଖେଳି ନ୍ୟୁଜିଲାଣ୍ଡ ୩୪ଟି ଜିତିଛି। ପୁଣି ୨୦୨୨ ମସିହାଠାରୁ ଖେଳିଥିବା ୯ ମ୍ୟାଚ୍‌ରୁ ୬ଟିରେ ବିଜୟୀ ହୋଇଛି।

ପଞ୍ଚମ ବିଜୟ ସହ ଶୀର୍ଷରେ ଅଷ୍ଟ୍ରେଲିଆ

ଇନ୍ଦୋର: ଚଳିତ ଏକଦିବସୀୟ ମହିଳା କ୍ରିକେଟ୍ ବିଶ୍ବକପ୍‌ର ୨୩ତମ ମ୍ୟାଚ୍‌ରେ ୬ଥର ବିଜେତା ଅଷ୍ଟ୍ରେଲିଆ ଚୀର ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କରିଛି। ତା’ ସହିତ ଷଷ୍ଠ ମ୍ୟାଚ୍‌ରୁ ପଞ୍ଚମ ବିଜୟ ହାସଲ କରି ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି। ବୁଧବାର ଅନ୍ୟତମ ଟ୍ରଫି ଦାବିଦାର ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୪୪ ରନ୍ କରିଥିଲା। ଏହାର ଜବାବରେ ଆସ୍‌ଲେ ଗାର୍ଡନରଙ୍କ ଧୂଆଁଧାର ଶତକ (୧୦୪* ରନ୍, ୭୩ ବଲ୍) ବଳରେ ଅଷ୍ଟ୍ରେଲିଆ ୫୭ ବଲ୍ ପୂର୍ବରୁ ୪ ୱିକେଟ୍ ହରାଇ ୨୪୮ ରନ୍ କରିବା ସହ ସହଜ ବିଜୟ ହାସଲ କରିଥିଲା। ଅଷ୍ଟ୍ରେଲିଆ ୨୪ ରନ୍‌ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ବେଳେ ଗାର୍ଡନର ଓ ଆନାବେଲ୍ ସଦରଲାଣ୍ଡ୍ ଅବିଭାଜିତ ପଞ୍ଚମ ୱିକେଟ୍‌ରେ ଦ୍ରୁତ ୧୮୦ ରନ୍ କରି ଇଂଲଣ୍ଡକୁ ନିରାଶ କରିଥିଲେ। ଚତୁର୍ଥ ସ୍ଥାନରେ ଆସିଥିବା ବେଥ୍ ମୁନି ୨୦ ରନ୍ କରିଥିଲେ। ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ସଦରଲାଣ୍ଡ୍ (୯୮* ରନ୍, ୩/୬୦) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe