କରୋନାଭାଇରସ୍ ମହାମାରୀ କାରଣରୁ ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରହିଲା ମହିଳା ବିଶ୍ବ କପ୍

Advertisment
କରୋନାଭାଇରସ୍ ମହାମାରୀ କାରଣରୁ ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରହିଲା ମହିଳା ବିଶ୍ବ କପ୍

Image Courtesy of India Today

ନୂଆଦିଲ୍ଲୀ: ଅଭିନବ କରୋନାଭାଇରସ୍ ମହାମାରୀ କାରଣରୁ ମହିଳା ବିଶ୍ବ କପ୍ ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଶୁକ୍ରବାର ଦିନ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମ‌େରେ ଆୟୋଜିତ ଆଇସିସି ବୋର୍ଡ ବୈଠକରେ ୫୦ ଓଭର୍ ବିଶିଷ୍ଟ ଏହି ମ୍ୟାଚ୍‌ର ଦ୍ବାଦଶ ସଂସ୍କରଣକୁ ବିଳମ୍ବ କରାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଶୁକ୍ରବାର ଦିନ ଏକ ରିଲିଜ୍‌ରେ ଆଇସିସି କହିଛି, ବିଶ୍ବବ୍ୟାପି କ୍ରିକେଟ୍‌କୁ ପ୍ରଭାବିତ କରିଥିବା ମହାମାରୀ କାରଣରୁ ନିଉଜିଲାଣ୍ଡ୍‌ରେ ହେବାକୁ ଥିବା ୨୦୨୧ ଆଇସିସି ମହିଳା କ୍ରିକେଟ୍‌ ବିଶ୍ବ କପ୍ ଫେବ୍ରୁଆରି ମାର୍ଚ ୨୦୨୨ରେ ସ୍ଥଗିତ ରଖାଗଲା।

ଏହାଛଡ଼ା ଆଇସିସି ସୁନିଶ୍ଚିତ କରି କହିଛି ଯେ, ୨୦୨୧ ପୁରୁଷ ଟି-୨୦ ୱାର୍ଲଡ୍ କପ୍ ଭାରତ ଆୟୋଜନ କରିବ ଏବଂ ଅଷ୍ଟ୍ରେଲିଆ ସ୍ଥଗିତ ରହିଥିବା ୨୦୨୨ ସଂସ୍କରଣ ଆୟୋଜନ କରିବ।

ସମଗ୍ର ବିଶ୍ବରେ ସ୍ବାସ୍ଥ୍ୟ, କ୍ରିକେଟ୍‌ ଏବଂ ବାଣିଜ୍ୟ ଉପରେ କୋଭିଡ୍‌-୧୯ ପ୍ରଭାବ କଥା ବ୍ୟାପକ ଭାବେ ବିଚାରକୁ ନେଇ ଆଇସିସିର ବାଣିଜ୍ୟିକ ବିଭାଗ ‘ଆଇବିସି’ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe