ବ୍ୟାଙ୍କକ୍: ଭାରତର ସଫଳ ବ୍ୟାଡ଼୍ମିଣ୍ଟନ୍ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ନିଜର ମନୋବଳକୁ ଆହୁରି ଦୃଢ଼ କରିଛନ୍ତି। ଏହି ଯୋଡ଼ି ରବିବାର ଥାଇଲାଣ୍ଡ ଓପନ୍ ସୁପର ୫୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ବିଶ୍ବର ଏହି ୩ ନମ୍ବର ଯୋଡ଼ି ସିଧାସଳଖ ୨୧-୧୫, ୨୧-୧୫ରେ ୨୯ ମାନ୍ୟତାପ୍ରାପ୍ତ ଚୀନ୍ର ଚେନ୍ ବୋ ୟାଙ୍ଗ ଓ ନିଉ ୱାଇଙ୍କୁ ପରାସ୍ତ କରିଥିଲେ। ଏହି ଯୋଡ଼ିଙ୍କ ଏହା ନବମ ବିଡବ୍ଲ୍ୟୁ ବିଶ୍ବ ଟୁର୍ ମୁକୁଟ। ଏହି ଗୁରୁତ୍ବପୂର୍ଣ୍ଣ ଟ୍ରଫି ଜିତିବା ପରେ ସାତ୍ତ୍ବିକ ରାକେଟ୍ ଧରି କୋର୍ଟରେ ନାଚିଥିଲା ବେଳେ ଚିରାଗ ସାର୍ଟ ଦର୍ଶକଙ୍କ ପାଖକୁ ଫିଙ୍ଗି ବିଜୟ ଉତ୍ସବ ପାଳନ କରିଥିଲେ।
ଥାଇଲାଣ୍ଡ ଓପନ୍ ଜିତିଲେ ସାତ୍ତ୍ବିକ-ଚିରାଗ
Advertisment
Follow Us