ବିଶ୍ୱ ଏକାଦଶ ଦଳରେ ରସିଦ, ତମିମ, ସକିବ

ବିଶ୍ୱ ଏକାଦଶ ଦଳରେ ରସିଦ, ତମିମ, ସକିବ

Times of India

ଦୁବାଇ: ବିଶ୍ୱ ଏକାଦଶ ପାଇଁ ଖେଳିବେ ଶୀର୍ଷ ମାନ୍ୟତାପ୍ରାପ୍ତ ବୋଲର ଆଫ୍‌ଗାନିସ୍ଥାନର ରସିଦ୍‌ ଖାନ୍‌, ବାଂଲାଦେଶର ତାରକା ସକିବ ଅଲ୍‌ ହାସନ୍‌ ଏବଂ ତମିମ ଇକ୍‌ବାଲ୍‌। ଆସନ୍ତା ମେ’ ୩୧ ତାରିଖରେ ଲଣ୍ଡନର ଐତିହାସିକ ଲର୍ଡସ୍‌ ପଡ଼ିଆରେ ଖେଳାଯିବାକୁ ଥିବା େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ଟେ୍ଵଣ୍ଟି-୨୦ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଏମାନେ ବିଶ୍ୱ ଏକାଦଶ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଏହି ମ୍ୟାଚ୍‌ କାରବୀୟ କେନ୍ଦ୍ରସ୍ଥଳରେ ଥିବା ୫ ବୃହତ୍‌ କ୍ରିକେଟ୍‌ ପଡ଼ିଆର ପୁନର୍ଗଠନ ଓ ଥଇଥାନ ନିମନ୍ତେ ପାଣ୍ଠି ସଂଗ୍ରହ ପାଇଁ ଖେଳାଯିବ। ଗତବର୍ଷ ହରିକେନ୍‌ସ ଇର୍ମା ଓ ମାରିଆରେ ଏହି ସବୁ କ୍ରିକେଟ୍‌ ପଡ଼ିଆ କ୍ଷତିଗ୍ରସ୍ତ ହୋଇଥିଲା। ଏହି ତିନି ଜଣଙ୍କ ବାଦ୍‌ ଏସିଆ ମହାଦେଶରୁ ଦୁଇ ପାକିସ୍ତାନ ଅଲ୍‌ରାଉଣ୍ଡର ସାହିଦ୍‌ ଆଫ୍ରିଦି ଓ ସୋଏବ୍‌ ମଲ୍ଲିକଙ୍କ ସହିତ ସିଂହଳୀ ଅଲ୍‌ରାଉଣ୍ଡର ତିସାରା ପେରେରା ମଧ୍ୟ ଦଳରେ ରହିଛନ୍ତି। ଇଂଲଣ୍ଡ ସୀମିତ ଓଭର କ୍ରିକେଟ୍‌ ଦଳର ଅଧିନାୟକ ଇଅନ୍‌ ମୋର୍ଗାନ୍‌ ବିଶ୍ୱ ଏକାଦଶ ଦଳର ନେତୃତ୍ୱ ନେବେ। େଓ୍ଵଷ୍ଟ୍‍ଇଣ୍ଡିଜ୍‌ ଦଳର ନେତୃତ୍ୱ କାର୍ଲୋସ୍‌ ବ୍ରାଥ୍‌େଓ୍ଵଟ୍‌ ନେଉଥିଲା ବେଳେ କ୍ରିସ୍‌ ଗେଲ୍‌, ମାର୍ଲନ୍‌ ସାମୁଏଲ୍ସ, ସାମୁଏଲ୍‌ ବଦ୍ରୀ ଏବଂ ଆନ୍ଦ୍ରେ ରସେଲ୍‌ଙ୍କ ପରି ତାରକା ଖେଳାଳି ଦଳରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe