ଭୁବନେଶ୍ବର: ଥାଇଲାଣ୍ଡରେ ଚାଲିଥିବା ବିଶ୍ବ ଆବିଲିଟି ସ୍ପୋର୍ଟ କ୍ରୀଡ଼ାରେ ଓଡ଼ିଆ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ଏହି ବହୁ ଦେଶୀୟ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଭାରତର ପ୍ରତିନିଧିତ୍ବ କରୁଥିବା ଓଡ଼ିଶା ଖେଳାଳିମାନେ ଆଉ ତିନିଟି ପଦକ ଜିତିଛନ୍ତି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଆ ଖେଳାଳିଙ୍କ ମୋଟ ପଦକ ସଂଖ୍ୟା ୯ରେ ପହଞ୍ଚିଛି।
ସେଥିମଧ୍ୟରେ ରହିଛି ୪ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ। ଶନିବାର କମଳାକାନ୍ତ ନାୟକ ପୁରୁଷ ଏଫ୍୫୩ ଜାଭଲିନ୍ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟତମ ଭାରତୀୟ ତାରକା ମୁନିୟାସ୍ବାମୀ ଚେଲେପା ରୌପ୍ୟ ଓ ଚାଇନିଜ୍ ତାଇପେଇର ୱେଇ-ୟୁ-ହୁସୁ କାଂସ୍ୟ ପଦକ ପାଇଥିଲେ। ସେହିଭଳି ପୁରୁଷ ଏଫ୍୫୫ ଡିସ୍କସ୍ରେ ପ୍ରଫୁଲ୍ଲ ଖଣ୍ଡାୟତରାୟ (୨୨.୨୩ ମିଟର) ଏବଂ ମହିଳା ଏଫ୍୫୪/୫୫/୫୬ରେ ସୁଚିତ୍ରା ପରିଡ଼ା କାଂସ୍ୟ ପଦକ ଜିତିଛନ୍ତି।
Follow Us