ବିଶ୍ବ ଦୌଡ଼କୁଦ: ଅନୁରାଣୀ ସପ୍ତମ, ଆଜି ନୀରଜଙ୍କ ଫାଇନାଲ୍

Advertisment
ବିଶ୍ବ ଦୌଡ଼କୁଦ: ଅନୁରାଣୀ ସପ୍ତମ, ଆଜି ନୀରଜଙ୍କ ଫାଇନାଲ୍

Image Courtesy of Zee News

ୟୁଜେନ୍‌: ଚଳିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତର ମହିଳା ଜାଭଲିନ୍‌ ଫିଙ୍ଗାଳି ଅନୁ ରାଣୀ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ନିଜ ପ୍ରଦର୍ଶନଠାରୁ ପଛରେ ପଡ଼ି ସେ ୬୧.୧୨ ମିଟର୍‌ ଜାଭଲିନ୍‌ ଫିଙ୍ଗି ପଦକଠାରୁ ବହୁ ଦୂରରେ ରହିଥିଲେ। ଲଗାତାର ଭାବେ ଦ୍ବିତୀୟ ବିଶ୍ବ ପ୍ରତିଯୋଗିତା ଫାଇନାଲ୍ ଉଠିଥିବା ଅନୁରାଣୀଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ୬୩.୮୨ ମିଟର୍‌ ରହିଛି। ଶୁକ୍ରବାର କିନ୍ତୁ ଅନୁ ଫାଇନାଲ୍‌ର ୫ଟି ପ୍ରୟାସରୁ ମାତ୍ର ଘରେ ୬୦ ମିଟର୍ ଟପିଥିଲେ। ଦ୍ବିତୀୟ ପ୍ରୟାସରେ ଏହି ଜାତୀୟ କୀର୍ତ୍ତିମାନଧାରୀ ୬୧.୧୨ ମିଟର୍‌ ଦୂରତାକୁ ଜାଭଲିନ୍ ଫିଙ୍ଗିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। ଗତ ଥରର ବିଜୟିନୀ ଅଷ୍ଟ୍ରେଲିଆର କେଲସି-ଲି ବାର୍ବର (୬୬.୯୧ ମିଟର୍‌) ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଆମେରିକାର କାରା ୱିଙ୍ଗର (୬୪.୦୫ ମିଟର୍‌) ଏବଂ ଜାପାନର ହାରୁକା କିତାଗୁଚି (୬୩.୨୭ ମିଟର୍‌) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତି ନେଇଥିଲେ। ଅଲିମ୍ପିକ୍ ବିଜୟିନୀ ଚୀନର ଶିୟିଙ୍ଗ୍‌ ଲିୟୁ (୬୩.୨୫ ମିଟର୍‌) ଚତୁର୍ଥରେ ସନ୍ତୁଷ୍ଟ ହୋଇଥିଲେ।

ଅନୁରାଣୀ ପଦକ ଦାବିଦାର ନ ଥିଲେ ମଧ୍ୟ ଭାରତର ଶ୍ରେଷ୍ଠ କ୍ରୀଡ଼ାବିତ୍ ନୀରଜ ଚୋପ୍ରାଙ୍କ ଉପରେ ରବିବାର ସମଗ୍ର ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ନଜର ରହିବ। ପ୍ରଥମ ବିଶ୍ବ ପ୍ରତ‌ିଯୋଗିତା ଆଶାରେ ଥିବା ଏହି ଅଲିମ୍ପିକ୍ ବିଜେତାଙ୍କ ଇଭେଣ୍ଟ୍ ରବିବାର ସକାଳ ୭.୦୫ ମିନିଟ୍‌ରେ ରହିଛି। ଯୋଗ୍ୟତା ପର୍ଯ୍ୟାୟରେ ନୀରଜ ୮୮.୩୯ ମିଟର୍‌ ଫିଙ୍ଗି ଫାଇନାଲ୍ ଆସିଛନ୍ତି। ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଆଥ୍‌ଲେଟ୍ ଭାବେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ୮୭.୫୮ ମିଟର୍‌ ଜାଭଲିନ୍‌ ଫିଙ୍ଗିଥିଲେ। କିନ୍ତୁ ତିନି ସପ୍ତାହ ତଳେ ଷ୍ଟକ୍‌ହୋମ ଡାଏମଣ୍ଡ୍ ଲିଗ୍‌ରେ ନୀରଜ ୮୯.୯୪ ମିଟର୍‌ ପ୍ରଦର୍ଶନ ସହ ଜାତୀୟ ରେକର୍ଡକୁ ନିଜ ନାମରେ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe