ବିଶ୍ବ କ୍ୟାଡେଟ୍‌ ଓ ଯୁବ ଚେସ୍‌ ପାଇଁ ପଲକ ମନୋନୀତ

Advertisment
ବିଶ୍ବ କ୍ୟାଡେଟ୍‌ ଓ ଯୁବ ଚେସ୍‌ ପାଇଁ ପଲକ ମନୋନୀତ

ଭୁବନେଶ୍ବର: ଓଡ଼ିଶାର ଉଦୀୟମାନ ଚେସ୍‌ ଲଳନା ପଲକ ମହାପାତ୍ର ଡିସେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଫିଡେ ବିଶ୍ବ କ୍ୟାଡେଟ୍ ଓ ଯୁବ ଚେସ୍ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ଗତବର୍ଷ ନୂଆଦିଲ୍ଲୀରେ ଅନୁଷ୍ଠିତ ପଶ୍ଚିମ ଏସିଆ ଯୁବ ଓ କନିଷ୍ଠ ଚେସ୍ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ପଲକଙ୍କୁ ଏହି ସୁଯୋଗ ମିଳିଛି। କଟକ ସେଣ୍ଟ୍ ଯୋସେଫ୍‌ ବାଳିକା ହାଇସ୍କୁଲ୍‌ର ଷଷ୍ଠ ଶ୍ରେଣୀ ଛାତ୍ରୀ ପଲକ ମଧ୍ୟ ଏବେ ରାଜ୍ୟ ୧୧ ବର୍ଷରୁ କମ୍‌ ବାଳିକା ବର୍ଗର ବିଜୟିନୀ ରହିଛନ୍ତି। ପଲକ ରାଜ୍ୟ ୯ ବର୍ଷରୁ କମ୍‌ ବାଳିକା ବର୍ଗରେ ୨୦୧୭ରେ ଉପବିଜୟିନୀ ଏବଂ ୨୦୧୮ରେ ବିଜୟିନୀ ହୋଇଥିଲେ। ବିଶ୍ବ ବୟସ ବର୍ଗ ପ୍ରତିଯୋଗିତାରେ ଭାଗନେବାକୁ ସୁଯୋଗ ପାଇଥିବାରୁ ପଲକଙ୍କୁ ନିଖିଳ ଓଡ଼ିଶା ଚେସ୍‌ ସଂଘ (ଏଓସିଏ) ପକ୍ଷରୁ ଏହାର କାମଚଳା ସଭାପତି ରଂଜନ ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe