ବିଶ୍ବ କ୍ୟାଡେଟ୍‌ ଚେସ୍‌: ସାତ୍ତ୍ବିକ ଉପବିଜେତା

Advertisment

ଇଟାଲୀ‌ରେ ଆୟୋଜିତ ୮ ବର୍ଷରୁ କମ୍‌ ଫିଡେ ବିଶ୍ବ କ୍ୟାଡେଟ୍‌ ଚେସ୍‌ରେ ଭୁବନେଶ୍ବରର ସାତ୍ତ୍ବିକ ସ୍ବାଇଁ ଉପବିଜେତା ହୋଇଛନ୍ତି। ୧୧ ରାଉଣ୍ଡରୁ ସାତ୍ତ୍ବିକ ୯ ପଏଣ୍ଟ ପାଇଥିଲେ। ତାଙ୍କ ବ୍ୟତୀତ ଭାରତର ଅନ୍ୟତମ ଖେଳାଳି..

ଇଟାଲୀ‌ରେ ଆୟୋଜିତ ୮ ବର୍ଷରୁ କମ୍‌ ଫିଡେ ବିଶ୍ବ କ୍ୟାଡେଟ୍‌ ଚେସ୍‌ରେ ଭୁବନେଶ୍ବରର ସାତ୍ତ୍ବିକ ସ୍ବାଇଁ ଉପବିଜେତା ହୋଇଛନ୍ତି। ୧୧ ରାଉଣ୍ଡରୁ ସାତ୍ତ୍ବିକ ୯ ପଏଣ୍ଟ ପାଇଥିଲେ। ତାଙ୍କ ବ୍ୟତୀତ ଭାରତର ଅନ୍ୟତମ ଖେଳାଳି..

sfhfhfsfshhf

ଭୁବନେଶ୍ବର: ଇଟାଲୀ‌ରେ ଆୟୋଜିତ ୮ ବର୍ଷରୁ କମ୍‌ ଫିଡେ ବିଶ୍ବ କ୍ୟାଡେଟ୍‌ ଚେସ୍‌ରେ ଭୁବନେଶ୍ବରର ସାତ୍ତ୍ବିକ ସ୍ବାଇଁ ଉପବିଜେତା ହୋଇଛନ୍ତି। ୧୧ ରାଉଣ୍ଡରୁ ସାତ୍ତ୍ବିକ ୯ ପଏଣ୍ଟ ପାଇଥିଲେ। ତାଙ୍କ ବ୍ୟତୀତ ଭାରତର ଅନ୍ୟତମ ଖେଳାଳି ଦିବିଥ ରେଡ୍ଡୀ ୯ ପଏଣ୍ଟରେ ପ୍ରଥମ ଓ ଚୀନ୍‌ର ଗୁଓ ଜିମିଙ୍ଗ୍‌ ୯ ପଏଣ୍ଟରେ ତୃତୀୟ ସ୍ଥାନରେ ରହିଥିଲେ। ଏହି ପ୍ରତିଯୋଗିତାରେ ଭାରତରୁ ଉକ୍ତ ଦୁଇ ଜଣଙ୍କ ବ୍ୟତୀତ ଆଉ ୪ ଜଣ ଅଂଶଗ୍ରହଣ କରିଥିଲେ।

ସାତ୍ତ୍ବିକଙ୍କ ଏହି ସଫଳତା ପାଇଁ କିଙ୍ଗ୍ସ ଚେସ୍‌ ସେଣ୍ଟର ପ୍ରତିଷ୍ଠାତା ତଥା ତାଙ୍କର ପ୍ରଶିକ୍ଷକ ବିଶ୍ବଜିତ ରାଏ, ଟ୍ରିପଲ ସି’ ଚେସ୍‌ କ୍ଲବ୍‌ ସମ୍ପାଦକ ବିରଞ୍ଚି ନାରାୟଣ ସାହୁ, ଖୋର୍ଦ୍ଧା ଜିଲ୍ଲା ଚେସ୍‌ ସଂଘ ସମ୍ପାଦକ ଭବେଶ ମହାନ୍ତି, ଓଡ଼ିଶା ଚେସ୍‌ ସଂଘ ସମ୍ପାଦକ ଦେବବ୍ରତ ଭଟ୍ଟ, କାର୍ଯ୍ୟନିର୍ବାହୀ ସଦସ୍ୟ ସୂର୍ଯ୍ୟକାନ୍ତ ବିଶୋଇ, ସର୍ବଭାରତୀୟ ଚେସ୍‌ ସଂଘର ପୂର୍ବତନ ସହକାରୀ ସମ୍ପାଦକ ରଂଜନ ମହାନ୍ତି, କଟକ ଜିଲ୍ଲା ଚେସ୍‌ ସଂଘ ସଭାପତି ବିବେକ ତିବରୱାଲ୍‌, ଭୁବନେଶ୍ବର ଚେସ୍‌ ସଂଘ ସମ୍ପାଦକ ସୁବାଶିଷ ପଟ୍ଟନାୟକ, ବରିଷ୍ଠ ପ୍ରଶିକ୍ଷକ ଅର୍ଘ୍ୟଅର୍ପଣ ପରିଡ଼ା, ପ୍ରଶାନ୍ତ ଜେନା ପ୍ରମୁଖ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe