ବିଶ୍ବ ଚାଲେଞ୍ଜ୍‌ କପ୍‌ ଜିମ୍ନାଷ୍ଟିକ୍ସ: ପ୍ରଣତିଙ୍କୁ କାଂସ୍ୟ

ବିଶ୍ବ ଚାଲେଞ୍ଜ୍‌ କପ୍‌ ଜିମ୍ନାଷ୍ଟିକ୍ସ: ପ୍ରଣତିଙ୍କୁ କାଂସ୍ୟ

ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ଓଡ଼ିଶା ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ ଏଚ୍‌ପିସି ପ୍ରଶିକ୍ଷାର୍ଥୀ ପ୍ରଣତି ନାୟକ ହଙ୍ଗେରିର ସୋଜୋମାଥେଲିଠାରେ ଚାଲିଥିବା ଫେଡେରେସନ୍ ଇଣ୍ଟରନ୍ୟାସନାଲ୍ ଜିମ୍ନାଷ୍ଟିକ୍ସ (ଏଫଆଇଜି) ବିଶ୍ୱ ଚ୍ୟାଲେଞ୍ଜ କପ୍‌ରେ କାଂସ୍ୟ ପଦକ ଜିତିଛନ୍ତି। ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ବର୍ଗରେ ପ୍ରଣତି ନାୟକ ୧୨.୮୫୦ ପଏଣ୍ଟ ସହିତ ଫାଇନାଲ୍‌ରେ ପହଞ୍ଚିଥିଲେ।

ଫାଇନାଲ୍‌ରେ ସେ ୧୨.୯୬୬ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହି ପଦକ ପକ୍କା କରିଥିଲେ। ଏହି ଏଚ୍‌ପିସିରେ ପ୍ରଶିକ୍ଷଣ ନେଉଥିବା ଓଡ଼ିଆ ପୁଅ ରାକେଶ ପାତ୍ର ମଧ୍ୟ ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଚତୁର୍ଥ ସ୍ଥାନରେ (୧୩.୭୩୩) ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ଏମାନଙ୍କ ସହ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ର ଏବଂ ଫିଜିଓଥେରାପିଷ୍ଟ ସୁଶ୍ରୀ ଅମୃତା ତ୍ରିପାଠୀ ହ‌ଙ୍ଗେରି ଗସ୍ତରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe