ବିଶ୍ୱ ବିଜୟୀ କରାଟେକା

Advertisment
ରାଜ୍ୟ କରାଟେ ପ୍ରତିଯୋଗିତା ଆଜିଠୁ

ଇରାନର ରାଜଧାନୀ ତେହେରାନଠାରୁ ୧୨୫ କିଲୋମିଟର ଦୂରରେ ଅବସ୍ଥିତ କ୍ୱାମ୍‌ ସହରରେ ୧୯୮୯ ସେପ୍ଟେମ୍ବର ୨୨ ତାରିଖରେ ଜନ୍ମ ଗ୍ରହଣ କରିଥିବା ଆମିର ମାତ୍ର ୪ ବର୍ଷ ବୟସରୁ କରାଟେ କରିବା ଆରମ୍ଭ କରି ଦେଇଥିଲେ। କଠିନ ଅଭ୍ୟାସ ସହ କିଛି କରି ଦେଖାଇବାର ଝୁଙ୍କ ପା

ଇଁ ମାତ୍ର ୨୩ ବର୍ଷ ବୟସରେ ବିଶ୍ୱ ବିଜେତା ହୋଇ ପାରିଥିଲେ। ସେ ମଧ୍ୟ ଏସୀୟ କ୍ରୀଡ଼ା ଏବଂ ଏସିଆନ୍‌ ପ୍ରତିଯୋଗିତାରେ ନିଜ ଯାଦୁ ଦେଖାଇ ପାରିଥିଲେ। ୨୦୧୨ ପ୍ୟାରିସ୍‌ ବିଶ୍ୱ କରାଟେ ପ୍ରତିଯୋଗିତାର ୬୦ କିଲୋଗ୍ରାମ କୁମିତେ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଅନ୍ତର୍ଜାତୀୟ ସ୍ତରରେ ସବୁଠାରୁ ବଡ଼ ସଫଳତା ଲାଭ କରିଥିଲେ। ଏହା ପରେ କିନ୍ତୁ ପାଦରେ ଗୁରୁତର ଆଘାତ ଲାଗିବାକୁ ବର୍ଷେ ପର୍ଯ୍ୟନ୍ତ ସେ କୌଣସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପାରି ନଥିଲେ। ତଥାପି ୨୦୧୪ରେ ଜର୍ମାନିର ବ୍ରେମେନଠାରେ ଆୟୋଜିତ ବିଶ୍ୱ କରାଟେ ପ୍ରତିଯୋଗିତାର ୨୨ତମ ସଂସ୍କରଣରେ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ହାସଲ କରିଥିଲେ। ୨୦୧୬ ବିଶ୍ୱ ପ୍ରତିଯୋଗିତା (ଅଷ୍ଟ୍ରିଆର ଲିଞ୍ଜ୍‌ଠାରେ ଆୟୋଜିତ)ରେ କିନ୍ତୁ ସେ ନିଜ ଅସଲ ଲୟକୁ ଫେରିଥିଲେ। ୨୦୧୪ ସଫଳତା ଦୋହରାଇ ଦ୍ୱିତୀୟ ଥର ପାଇଁ ସେ ବିଶ୍ୱ ବିଜେତା ହୋଇଥିଲେ। ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ା, ୨୦୧୫ ୟେକୋହାମା ୨୦୧୭ ଆସ୍ତନା ଏସିଆନ୍‌ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିବା ଆମିର ଚଳିତ ବର୍ଷ ପୋଲାଣ୍ଡର ଓ୍ଵାରସ’ରେ ଆୟୋଜିତ ବିଶ୍ୱକ୍ରୀଡ଼ା ରୌପ୍ୟ ପଦକ ଜିିତିଥିଲେ। ୨୦୧୧ ଗୁଆଁଝୁ ଏସିଆନ୍‌ ପ୍ରତିଯୋଗିତା ଏବଂ ଚଳିତ ବର୍ଷ ଆଜରବୈଜାନର ବକୁରେ ଆୟୋଜିତ ଇସଲାମ ଏକତା କ୍ରୀଡ଼ାରେ କାଂସ୍ୟ ପଦକ ପାଇଥିଲେ। ସଂପ୍ରତି ସେ ପେରୁର ଲିମାଠାରେ ଆସନ୍ତାବର୍ଷ ଆୟୋଜିତ ହେବାକୁ ଥିବା ୨୪ତମ ବିଶ୍ୱ କରାଟେ ପ୍ରତିଯୋଗିତା ଲାଗି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏଥିରେ ସେ ନିଜ ତୃତୀୟ ବିଶ୍ୱ ସ୍ୱର୍ଣ୍ଣ ଜିତିବାକୁ ଆଶା ରଖିଛନ୍ତି। ସଂପ୍ରତି ସେ ଇରାନର ଇସଲାମିକ ଆଜାଦ ବିଶ୍ୱ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe