ବିଶ୍ୱକପ୍‌: ପ୍ରଥମ ମ୍ୟାଚ୍‌ରେ ଆଘାତ ପାଇଲେ ଗେଲ-ରସେଲ, ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ପୂର୍ବରୁ ଠିକ ହୋଇଯିବା ଆଶା କଲେ ହୋଲଡର

Advertisment
ବିଶ୍ୱକପ୍‌: ପ୍ରଥମ ମ୍ୟାଚ୍‌ରେ ଆଘାତ ପାଇଲେ ଗେଲ-ରସେଲ, ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ପୂର୍ବରୁ ଠିକ ହୋଇଯିବା ଆଶା କଲେ ହୋଲଡର

Zee News

ଇଂଲଣ୍ଡ: କ୍ରିସ୍‌ ଗେଲ୍‌ ଓ ଆନ୍ଦ୍ରେ ରସେଲଙ୍କ ଫିଟନେସ୍‌ ନେଇ ୱେଷ୍ଟଇଣ୍ଡିଜ୍‌ ଅଧିନାୟକ ଜସନ୍‌ ହୋଲଡର କହିଛନ୍ତି, ଅଷ୍ଟ୍ରେଲିଆ ବିପକ୍ଷରେ ଗୁରୁବାର ଟିମ୍‌ର ୨ୟ ମ୍ୟାଚ୍‌ ପୂର୍ବରୁ ଉଭୟ ସୁସ୍ଥ ହୋଇଯାଇଥିବେ। ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚରେ କ୍ରିସ୍‌ ଗେଲ ୩୩ଟି ବଲ୍‌ ଖେଳି ଅର୍ଦ୍ଧଶତକ ଇନିଂସ ଖେଳି ଟିମ୍‌କୁ ୭ ଓ୍ଵିକେଟ୍‌ରେ ବିଜୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ।

ଗେଲ୍‌ ନିଜର ଇନିଂସରେ ୩ଟି ଛକା ମାରିଥିଲେ। ବିଶ୍ୱକପ୍‌ରେ ସେ ଏଯାଏଁ ସର୍ବାଧିକ ୪୦ଟି ଛକା ମାରିଛନ୍ତି। ହୋଲଡର ଆଶା କରିଛନ୍ତି ଯେ, ଏହି ବିଜୟ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍‌ ମଧ୍ୟରେ ୫ ଦିନ ସମୟ ଆଘାତରୁ ମୁକ୍ତ ହେବାର ସମୟ ମିଳିବ।

ମ୍ୟାଚ୍‌ରେ ସର୍ଟ ପିଚ ବଲକୁ ଉପସ୍ଥିତ ବୁଦ୍ଧି ଲଗାଇ ୨ ଓ୍ଵିକେଟ୍‌ ନେଇଥିବା ରସେଲ ମଧ୍ୟ ଆଶା କରୁଛନ୍ତି ଯେ, ଆଣ୍ଠୁ ଜନିତ ଆଘାତରୁ ତାଙ୍କୁ ଖୁବ ଶୀଘ୍ର ମୁକ୍ତି ମିଳିଯିବ। ସେ କହିଛନ୍ତି ମୋର ଆଣ୍ଠୁ ଠିକ ହେବା ପାଇଁ ବହୁତ ସମୟ ଅଛି। ଏହା ସାଧାରଣ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe