Zee News
ଲଣ୍ଡନ: ଆଇସିସି ବିଶ୍ୱକପ୍ ୨୦୧୯ର ପ୍ରଥମ ମ୍ୟାଚ୍ ଯାହା ଆଶା କରାଯାଉଥିଲା, ସେମିତି ଶେଷ ହୋଇଛି। ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଶକ୍ତିଶାଳୀ ଟିମ୍ ଇଂଲଣ୍ଡ ୧୦୪ ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ମ୍ୟାଚରେ ଆଶା କରାଯାଉଥିଲା ଯେ, ଇଂଲଣ୍ଡର ବ୍ୟାଟସ୍ମ୍ୟାନ୍ ନିଜର ନାଁ ଅନୁସାରେ ପ୍ରଦର୍ଶନ କରିବେ କିନ୍ତୁ ଏହା ପରେ ଦକ୍ଷିଣ ଆଫ୍ରିକାର ବୋଲର ମାନେ ତାଙ୍କୁ ୩୧୧ ରନ୍ରେ ଅଟକାଇ ଦେଇଥିଲେ।
ଆଶା କରାଯାଉଥିଲା ଯେ, ଦକ୍ଷିଣ ଆଫ୍ରିକା ଲାଗି ଏହା ସହଜ ଲକ୍ଷ ଥିଲା। ଏହି ପରାଜୟ ପରେ ଦକ୍ଷିଣ ଆଫ୍ରିକାର ବୋଲର ଲୁଙ୍ଗୀ ଏନ୍ଗିଡିି କହିଛନ୍ତି, ନିଜର ଟିମ୍ ନିଜର ବୋଲିଂ ପ୍ରଦର୍ଶନ ନେଇ ସନ୍ତୁଷ୍ଟ। କାରଣ ବୋଲର ମାନେ ଇଂଲଣ୍ଡକୁ ବଡ଼ ସ୍କୋର କରିବାକୁ ଦେଇ ନାହାନ୍ତି।
ଓଭାଲ ଷ୍ଟାଡିୟମ୍ରେ ଗୁରୁବାର ଖେଳାଯାଇଥିବା ବିଶ୍ୱକପ୍ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଇଂଲଣ୍ଡ ଠାରୁ ୧୦୪ ରନ୍ରେ ଶୋଚନୀୟ ପରାଜିତ ହେବାକୁ ପଡ଼ିଛି। ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ଟିମ୍ ଭଲ ବୋଲିଂ କରିଥିବାରୁ ଇଂଲଣ୍ଡ ୩୧୧ ରନ୍ ସଂଗ୍ରହ କରିଥିଲା। ଏନଗିଡି କହିଛନ୍ତି, ଆମେ ଭାବିଥିଲୁ ଯେ ଇଂଲଣ୍ଡକୁ ୩୦୦ ରନ୍ ଭିତରେ ଅଟକାଇ ପାରିବୁ। ଆମର ଆଶା ଠାରୁ ଟିମ ୧୧ ରନ୍ ଅଧିକ କରିଥିଲା।
Follow Us