ଚାପରେ ଭଲ ଖେଳିଥାଏ ପାକିସ୍ତାନୀ ଟିମ୍‌: ସରଫରାଜ ଅହମଦ

Advertisment
ଚାପରେ ଭଲ ଖେଳିଥାଏ ପାକିସ୍ତାନୀ ଟିମ୍‌: ସରଫରାଜ ଅହମଦ

Hindustan Times

ବର୍ମିଂହାମ୍‌: ଆଇସିସି ବିଶ୍ୱକପ୍‌ ୨୦୧୯ର ସେମିଫାଇନାଲରେ ସ୍ଥାନ ପାଇବାକୁ ଆଶା ରଖିଥିବା ପାକିସ୍ତାନର ଅଧିନାୟକ ସରଫରାଜ ଅହମଦ କହିଛନ୍ତି, ତାଙ୍କର ଟିମ ଚାପରେ ଭଲ ଖେଳିଥାଏ। ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନୀ ବ୍ୟାଟସ୍‌ମ୍ୟାନ ବାବାର ଆଜମ ଅପରାଜିତ ଶତକ ମାରିଥିଲେ। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡର ବିଜୟ ରଥକୁ ପାକିସ୍ତାନ ଅଟକାଇ ୬ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ମ୍ୟାଚ୍‌ ପରେ ସରଫରାଜ କହିଛନ୍ତି, ଆଜି ମ୍ୟାଚ୍‌ର ଫଳାଫଳ ଦେଖି ଭଲ ଲାଗିଛି। ପାକିସ୍ତାନୀ ଟିମ୍‌ ଯେତେବେଳେ ଚାପରେ ଖେଳିଥାନ୍ତି, ଭଲ ପ୍ରଦର୍ଶନ କରିଥାନ୍ତି ବୋଲି ସରଫରାଜ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି।

ଚଳିତ ବିଶ୍ୱକପ୍‌ରେ ଆରମ୍ଭରୁ ପାକିସ୍ତାନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହା ପରେ ଟିମ୍‌କୁ ସମାଲୋଚନାର ଶିକାର ହେବାକୁ ପଡୁଥିଲା। ଟିମ୍‌ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫର୍ମକୁ ଫେରିଥିଲା। ଏବେ ପୁଣି ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଟିମ୍‌ର ମନୋବଳ ଆହୁରି ଅଧିକ ବଢ଼ିଯାଇଛି। ସରଫରାଜ ଆଜବେଷ୍ଟନର ଦର୍ଶକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ପାକିସ୍ତାନୀ କ୍ରିକେଟରଙ୍କୁ ଉତ୍ସାହିତ କରିଥିଲେ। ସେ କହିଛନ୍ତି, ଟିମ୍‌କୁ ଏବେ ବି କିଛି ଦିଗରେ ସଂଶୋଧନ ଆଣିବାର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe