ପ୍ରଧାନମନ୍ତ୍ରୀ ମୋଦୀ ଟିମ୍‌ ଇଣ୍ଡିଆକୁ ବିଶ୍ୱକପ ମିଶନ ପାଇଁ ଜଣାଇଲେ ଶୁଭେଚ୍ଛା, କହିଲେ- ଖେଳ ଓ ହୃଦୟ ଜିତନ୍ତୁ ଖେଳାଳି

Advertisment
ପ୍ରଧାନମନ୍ତ୍ରୀ ମୋଦୀ ଟିମ୍‌ ଇଣ୍ଡିଆକୁ ବିଶ୍ୱକପ ମିଶନ ପାଇଁ ଜଣାଇଲେ ଶୁଭେଚ୍ଛା, କହିଲେ- ଖେଳ ଓ ହୃଦୟ ଜିତନ୍ତୁ ଖେଳାଳି

Zee News

ନୂଆଦିଲ୍ଲୀ: କ୍ରିକେଟ ବିଶ୍ୱକପ୍‌ ୨୦୧୯ ପାଇଁ ଭାରତର ମିଶନ ବୁଧବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଦେଶବ୍ୟାପୀ ପ୍ରଶଂସକ ଓ ଖେଳପ୍ରେମୀ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜକୁ ସାମିଲ କରିଛନ୍ତି। ଭାରତୀୟ ଟିମ୍‌ର ଅଭିଯାନ ଅବସରରେ ପ୍ରଧାନମନ୍ତ୍ରୀ ଟିମ୍‌କୁ ଶୁଭକାମନା ଜଣାଇଛନ୍ତି ଏବଂ ଖେଳ ସହିତ ହୃଦୟ ଜିତିବାକୁ କହିଛନ୍ତି।

ସୂଚନାଯୋଗ୍ୟ ଭାରତ ନିଜର ପ୍ରଥମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ସହିତ ସାଉଥମ୍ପଟନ୍‌ରେ ଜାରି ରଖିଛି।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଟିମ୍‌ ଇଣ୍ଡିଆର ବିଶ୍ୱକପ୍‌ ଅଭିଯାନ ଆରମ୍ଭ ହୋଇଛି। ଏଥି ପାଇଁ ପୂରା ଟିମ୍‌କୁ ଶୁଭକାମନା ଜଣାଉଛି। ଆଶା କରୁଛି ଯେ, ଏହି ଟୁର୍ଣ୍ଣାମେଣ୍ଟ ଭଲ କ୍ରିକେଟ ଏବଂ ଖେଳ ଭାବନାର ଉଦାହରଣର ସାକ୍ଷୀ ହେବ। ଏହା ପରେ ମୋଦୀ ଲେଖିଛନ୍ତି, ଖେଳ ବି ଜିତ ଏବଂ ଦୃଦୟ ମଧ୍ୟ। ସୂଚନାଯୋଗ୍ୟ ଟସ୍‌ ଜିଣି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଜାରି ରଖିଛି।

ଭାରତର ପରବର୍ତ୍ତ ମ୍ୟାଚ୍‌ ଜୁନ ୯ (ଅଷ୍ଟ୍ରେଲିଆ), ଜୁନ ୧୩ (ନ୍ୟୁଜିଲାଣ୍ଡ), ଜୁନ ୧୬ (ପାକିସ୍ତାନ), ଜୁନ ୨୨ (ଆଫଗାନିସ୍ତାନ), ଜୁନ ୨୭ (ଇଣ୍ଡିଜ), ଜୁଲାଇ ୨ (ବାଂଲାଦେଶ) ଓ ଜୁଲାଇ ୬ (ଶ୍ରୀଲଙ୍କା)କୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe