ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ‘କମଳା’ ରଂଗର ଜର୍ସି ନେଇ ତେଜିଲା ରାଜନୀତି

Advertisment
ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ‘କମଳା’ ରଂଗର ଜର୍ସି ନେଇ ତେଜିଲା ରାଜନୀତି

Dainik Bhaskar

ନୂଆଦିଲ୍ଲୀ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ରେ ଇଂଲଣ୍ଡ ବିରୋଧରେ ଭାରତୀୟ ଟିମ୍‌ ନୀଳ ରଂଗର ଜର୍ସି ବଦଳରେ କମଳା ରଂଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇପାରେ। ଏହା ପୂର୍ବରୁ ଟିମ୍‌ ଇଣ୍ଡିଆର ଜର୍ସି ନେଇ ରାଜନୀତି ଜୋର ଧରିଛି। ଜୁନ ୨୭ରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ଭେଟିବ। ଏହି ମ୍ୟାଚର ୨ ଦିନ ପରେ ଆୟୋଜକ ଇଂଲଣ୍ଡ ଓ ଭାରତ ମଧ୍ୟରେ ଜୁନ ୩୦ରେ ମୁକାବିଲା ହେବେ।

ଟିମ୍‌ ଇଣ୍ଡିଆର ଜର୍ସି କମଳା ରଂଗକୁ ନେଇ ମହାରାଷ୍ଟ୍ରରେ ରାଜନୀତି ଜୋର୍‌ ଧରିଛି। ସମାଜବାଦୀ ପାର୍ଟି ନେତା ଓ ବିଧାୟକ ଆବୁ ଆଜମୀ ମଙ୍ଗଳବାର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ଦ୍ୱାରା ଟିମ୍‌ ଇଣ୍ଡିଆର ଜର୍ସିର ରଙ୍ଗ ପରିବର୍ତ୍ତନ କରାଯାଇଛି। ଭାରତର ପ୍ରତ୍ୟେକ ଜିନିଷରେ କମଳା ରଂଗ ଦେଖାଇବାକୁ ସରକାର ଯୋଜନା କରିଛନ୍ତି ବୋଲି ସେ କହିଛନ୍ତି।

ସମାଜବାଦୀ ପାର୍ଟିର ବିଧାୟକଙ୍କ ପ୍ରତିକ୍ରିୟା ଆସିବା ପରେ ଶିବସେନା ନେତା ଓ ମନ୍ତ୍ରୀ ଗୁଲାବ ରାଓ ପାଟିଲ କହିଛନ୍ତି, ଭାରତୀୟ କ୍ରିକେଟ ଟିମ୍‌ର ଜର୍ସିକୁ ନେଇ ଲୋକେ ଅଯଥାରେ ରାଜନୀତି କରୁଛନ୍ତି। ବିରୋଧୀ ଦଳ ଭଲ କାମ କରୁ ନାହିଁ। ସେମାନେ ଏଭଳି ରାଜନୀତି କାହିଁକି କରୁଛନ୍ତି ଜଣାପଡୁ ନାହିଁ। ଜାତୀୟ ପତାକାରେ କମଳା ରଂଗ ମଧ୍ୟ ଅଛି।

ଶିବସେନା ନେତା କହିଛନ୍ତି, ଲୋକେ ସବୁଜ ରଂଗର ପୋଷାକ ପିନ୍ଧିଲେ ସରକାର ସେମାନଙ୍କୁ ମନା କରିପାରିବେ ନାହିଁ। ଭାରତୀୟ କ୍ରିକେଟ ଟିମ ଏଜେବେଷ୍ଟନରେ ଜୁନ ୩୦ରେ ଇଂଲଣ୍ଡ ବିପକ୍ଷରେ କମଳା ରଂଗର ପୋଷାକ ପିନ୍ଧି ମ୍ୟାଚ୍‌ ଖେଳିପାରେ।

ଇଂଲଣ୍ଡ ପାଇଁ ନିୟମ ପରିବର୍ତ୍ତନ ନାହିଁ
ଆୟୋଜକ ଇଂଲଣ୍ଡ ଟିମ ପାଇଁ ଜର୍ସି ପରିବର୍ତ୍ତନ ନେଇ କୌଣସି ନିୟମ ନାହିଁ। ପୂର୍ବ ନିର୍ଦ୍ଧାରିତ ରଂଗର ଜର୍ସି ଇଂଲଣ୍ଡର ଖେଳାଳିମାନେ ପିନ୍ଧିବେ। ବିଶ୍ୱକପର ଚଳିତ ସଂସ୍କରଣ ଇଂଲଣ୍ଡରେ ଖେଳାଯାଉଛି। ଆୟୋଜକ ଟିମ ହୋଇଥିବାରୁ ଇଂଲଣ୍ଡ ନୀଳ ରଙ୍ଗର ଜର୍ସି ପିନ୍ଧିବାକୁ ଅନୁମତି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe