ବିଶ୍ୱକପ୍‌: ରବିବାର ‘କମଳା’ ରଂଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ ଭାରତ, ଆଜବେଷ୍ଟନ୍‌ରେ ଇଂଲଣ୍ଡକୁ କରିବ ମୁକାବିଲା

Advertisment

କମଳା ରଂଗ ଜର୍ସିର ପ୍ରଥମ ଲୁକ୍‌ ଟୁଇଟର୍‌ରେ ଜାରି

କମଳା ରଂଗ ଜର୍ସିର ପ୍ରଥମ ଲୁକ୍‌ ଟୁଇଟର୍‌ରେ ଜାରି

ବିଶ୍ୱକପ୍‌: ରବିବାର ‘କମଳା’ ରଂଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ ଭାରତ, ଆଜବେଷ୍ଟନ୍‌ରେ ଇଂଲଣ୍ଡକୁ କରିବ ମୁକାବିଲା

Latestly

ନୂଆଦିଲ୍ଲୀ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ରେ ଇଂଲଣ୍ଡ ବିରୋଧରେ ଭାରତୀୟ ଟିମ୍‌ ନୀଳ ରଂଗର ଜର୍ସି ବଦଳରେ କମଳା ରଂଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ। ବହୁ ବାଦବିବାଦ ପରେ କମଳା ରଂଗର ଜର୍ସିର ପ୍ରଥମ ଲୁକ୍‌ ଗଣମାଧ୍ୟମ ନିକଟକୁ ଆସିଛି। ଏହା ପୂର୍ବରୁ ଟିମ୍‌ ଇଣ୍ଡିଆର ଜର୍ସି କମଳା ରଂଗକୁ ନେଇ କଂଗ୍ରେସ ଓ ସମାଜବାଦୀ ପାର୍ଟି ମୋଦୀ ସରକାରକୁ ଟାର୍ଗେଟ କରିଥିଲା।

ଭାରତ ଜୁନ ୩୦ରେ ଇଂଲଣ୍ଡ ବିପକ୍ଷରେ ବର୍ମିଂହାମର ଆଜବେଷ୍ଟନ୍‌ ଷ୍ଟାଡିୟମ୍‌ରେ ଖେଳିବ। ଜର୍ସିର ପ୍ରଥମ ଲୁକ୍‌ ଟୁଇଟର୍‌ରେ ସେୟାର ହୋଇଛି। ଏହି ଜର୍ସିକୁ ନାଇକ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବେଳେ ଭାରତର ନୂତନ ଯୁବପିଢ଼ୀକୁ ଦୃଷ୍ଟିରେ ରଖି ଏଭଳି ରୂପ ଦିଆଯାଇଛି।

ଭାରତ ଚଳିତ ବିଶ୍ୱକପ୍‌ରେ ଏଯାଏଁ ଗୋଟିଏ ହେଲେ ମ୍ୟାଚ୍‌ ହାରି ନାହିଁ। ଛଅଟି ମ୍ୟାଚ୍‌ରୁ ୫ଟିରେ ବିଜୟ ହାସଲ କରିଥିବା ବେଳେ ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ବାତିଲ ହୋଇ ଯାଇଥିଲା।

ପୂର୍ବରୁ ଟିମ୍‌ ଇଣ୍ଡିଆର ଜର୍ସି କମଳା ରଂଗକୁ ନେଇ ମହାରାଷ୍ଟ୍ରରେ ରାଜନୀତି ଜୋର୍‌ ଧରିଥିଲା। ସମାଜବାଦୀ ପାର୍ଟି ନେତା ଓ ବିଧାୟକ ଆବୁ ଆଜମୀ ମଙ୍ଗଳବାର କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ଦ୍ୱାରା ଟିମ୍‌ ଇଣ୍ଡିଆର ଜର୍ସିର ରଙ୍ଗ ପରିବର୍ତ୍ତନ କରାଯାଇଛି। ଭାରତର ପ୍ରତ୍ୟେକ ଜିନିଷରେ କମଳା ରଂଗ ଦେଖାଇବାକୁ ସରକାର ଯୋଜନା କରିଛନ୍ତି ବୋଲି ସେ କହିଥିଲେ।

publive-image

ସମାଜବାଦୀ ପାର୍ଟିର ବିଧାୟକଙ୍କ ପ୍ରତିକ୍ରିୟା ଆସିବା ପରେ ଶିବସେନା ନେତା ଓ ମନ୍ତ୍ରୀ ଗୁଲାବ ରାଓ ପାଟିଲ କହିଥିଲେ, ଭାରତୀୟ କ୍ରିକେଟ ଟିମ୍‌ର ଜର୍ସିକୁ ନେଇ ଲୋକେ ଅଯଥାରେ ରାଜନୀତି କରୁଛନ୍ତି। ବିରୋଧୀ ଦଳ ଭଲ କାମ କରୁ ନାହିଁ। ସେମାନେ ଏଭଳି ରାଜନୀତି କାହିଁକି କରୁଛନ୍ତି ଜଣାପଡୁ ନାହିଁ। ଜାତୀୟ ପତାକାରେ କମଳା ରଂଗ ମଧ୍ୟ ଅଛି।

ଶିବସେନା ନେତା କହିଥିଲେ, ଲୋକେ ସବୁଜ ରଂଗର ପୋଷାକ ପିନ୍ଧିଲେ ସରକାର ସେମାନଙ୍କୁ ମନା କରିପାରିବେ ନାହିଁ। ଭାରତୀୟ କ୍ରିକେଟ ଟିମ ଏଜେବେଷ୍ଟନରେ ଜୁନ ୩୦ରେ ଇଂଲଣ୍ଡ ବିପକ୍ଷରେ କମଳା ରଂଗର ପୋଷାକ ପିନ୍ଧି ମ୍ୟାଚ୍‌ ଖେଳିପାରେ।

ଇଂଲଣ୍ଡ ପାଇଁ ନିୟମ ପରିବର୍ତ୍ତନ ନାହିଁ
ଆୟୋଜକ ଇଂଲଣ୍ଡ ଟିମ ପାଇଁ ଜର୍ସି ପରିବର୍ତ୍ତନ ନେଇ କୌଣସି ନିୟମ ନାହିଁ। ପୂର୍ବ ନିର୍ଦ୍ଧାରିତ ରଂଗର ଜର୍ସି ଇଂଲଣ୍ଡର ଖେଳାଳିମାନେ ପିନ୍ଧିବେ। ବିଶ୍ୱକପର ଚଳିତ ସଂସ୍କରଣ ଇଂଲଣ୍ଡରେ ଖେଳାଯାଉଛି। ଆୟୋଜକ ଟିମ ହୋଇଥିବାରୁ ଇଂଲଣ୍ଡ ନୀଳ ରଙ୍ଗର ଜର୍ସି ପିନ୍ଧିବାକୁ ଅନୁମତି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe