କନିଷ୍ଠ ହକି ବିଶ୍ବକପ୍ ଉଦଘାଟିତ

Advertisment
କନିଷ୍ଠ ହକି ବିଶ୍ବକପ୍ ଉଦଘାଟିତ

ଭୁବନେଶ୍ବର :  ଉଦଘାଟିତ ହୋଇଛି କନିଷ୍ଠ ହକି ବିଶ୍ବକପ । କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ଏକ ରଂଗାରଙ୍ଗ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉଦଘାଟନ କରିଛନ୍ତି ।

ଉଦଘାଟନୀ ଉତ୍ସବରେ ରାଜ୍ୟପାଳଙ୍କ ସହ  ଭାରତୀୟ ହକି ଫେଡେରେସନ ସଭାପତି ନରିନ୍ଦର ବାତ୍ରା, ରାଜ୍ୟ  କ୍ରୀଡ଼ାମନ୍ତ୍ରୀ  ତୁଷାରକାନ୍ତି ବେହେରା, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନ ସମାରୋହରେ ସାଂସ୍କୃତି କାର୍ଯ୍ୟକ୍ରମ ସହ ରଙ୍ଗବେରଙ୍ଗର ଆତସବାଦୀର ପ୍ରଦର୍ଶନ କରାଯାଇଥିଲା ।

ଏହି ବିଶ୍ବକପକୁ ଉଦଘାଟନ କରି ରାଜ୍ୟପାଳ କହିଥିଲେ ଯେ ଓଡ଼ିଶାରେ ଏହି ବିଶ୍ବକପ୍ ଅନୁଷ୍ଠିତ ହେଉଥିବାରୁ ସେ ଆନନ୍ଦିତ । ହକି ସହ ଓଡ଼ିଶାର ଏକ ଗଭୀର ସଂପର୍କ ରହିଛି । ବିଗତ କିଛି ବର୍ଷ ମଧ୍ୟରେ ଦେଶରେ କ୍ରୀଡ଼ାର ବ୍ୟାପକ ବିକାଶ ହୋଇଛି ଓ ଓଡ଼ିଶା ହକିର କେନ୍ଦ୍ରସ୍ଥଳୀ ପାଲଟିଛି ।

ଏହି ବିଶ୍ବକର ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲବି । ବିଶ୍ବକପ ପାଇଁ ୧୬ଟି ଦଳ ପ୍ରତିଯୋଗିତାରେ ଅବତୀର୍ଣ୍ଣ ଅଛନ୍ତି । ୧୨ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ମ୍ୟାଚ ଖେଳାଯିବ ।

publive-image

କରୋନା କଟକଣା ଏବଂ କଠିନ ଜୈବ ବଳୟ ଭିତରେ ଅନୁଷ୍ଠିତ ହେବ। ବିଶ୍ବକପ୍ ଧାରାର ବିଡ଼ମ୍ବିତ ସଂସ୍କରଣ ଭାବେ କିନ୍ତୁ ଭୁବନେଶ୍ବର କନିଷ୍ଠ ବିଶ୍ବକପ୍ ବନ୍ଦ ଦ୍ବାର ଭିତରେ ଖେଳାଯିବ। ଅର୍ଥାତ୍ ପୂରା ପ୍ରତିଯୋଗିତା ଖାଲି ଷ୍ଟାଡିୟମ୍‌ରେ ଆୟୋଜିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe