Navabharat Times
ମଂଚେଷ୍ଟର: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଗୁରୁବାର ଆଇସିସି ବିଶ୍ୱକପ୍ର ୩୪ତମ ମ୍ୟାଚ୍ରେ ୧୨୫ ରନ୍ରେ ବିଜୟୀ ହେବା ପରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବହୁ ପ୍ରଶଂସା କରିଛନ୍ତି। ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଭାରତ ୨୬୮ ରନ୍ କରିଥିଲା। ଜବାବରେ ଇଣ୍ଡିଜ୍ ଟିମ ୧୪୩ ରନ୍ରେ ଅଲଆଉଟ୍ ହୋଇ ଯାଇଥିଲା।
 Zee Newsମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିରାଟ କୋହଲି ୭୨ ରନ୍ ଓ ମହେନ୍ଦ୍ର ସିଂହ ଧୋନି ଅପରାଜିତ ୫୬ ରନ୍ କରିଥିଲେ। ଭାରତ ଚଳିତ ବିଶ୍ୱକପ୍ରେ ଏଯାଏଁ ଗୋଟିଏ ହେଲେ ମ୍ୟାଚ୍ ହାରି ନାହିଁ। ଛଅଟି ମ୍ୟାଚ୍ରୁ ୫ଟିରେ ବିଜୟ ହାସଲ କରିଥିବା ବେଳେ ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍ ବାତିଲ ହୋଇ ଯାଇଥିଲା।
 Hindustan Timesମ୍ୟାଚ୍ ପରେ ଅଧିନାୟକ କୋହଲି କହିଛନ୍ତି, ଧୋନିଙ୍କୁ ଜଣା ଅଛି ଯେ, ତାଙ୍କୁ କ’ଣ କରିବାକୁ ହେବ। ସେ ଗୋଟିଏ ଦିନ ଟିକିଏ ଭଲ ଖେଳିଲେ ନାହିଁ ବୋଲି ଲୋକେ ଆଲୋଚନା କରିଛନ୍ତି। ସେ ସବୁବେଳେ ଫର୍ମକୁ ଫେରିଥାନ୍ତି। ସେ ଆମକୁ ଅନେକ ଗୁଡ଼ିଏ ମ୍ୟାଚ୍ରେ ଆମକୁ ବିଜୟ ଦେଇଛନ୍ତି। ସେ ଖେଳକୁ ଭଲ ଭାବରେ ବୁଝିଥାନ୍ତି। ଧୋନି ଏହି ଖେଳର ହିରୋ ବୋଲି କୋହଲି କହିଛନ୍ତି।
  
 Follow Us