ବିଶ୍ୱକପ୍‌ ପ୍ରି-କ୍ୱାର୍ଟର୍‌ରୁ ରାଖାଲ୍‌, ରମେଶ ବିଦା

Advertisment
ବିଶ୍ୱକପ୍‌ ପ୍ରି-କ୍ୱାର୍ଟର୍‌ରୁ ରାଖାଲ୍‌, ରମେଶ ବିଦା

ଭୁବନେଶ୍ୱର: ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦୁଇ ଓଡ଼ିଆ ହ୍ଵିଲ୍‌ ଚେୟାର ଅସିଚାଳକ ରାଖାଲ୍‌ କୁମାର ସେଠୀ ଏବଂ ଭି ରମେଶ ରାଓ ପୋଲାଣ୍ଡ୍‌ରେ ଚାଲିଥିବା ବିଶ୍ୱକପ୍‌ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରୁ ବିଦାୟ ନେଇଛନ୍ତି। ପୁରୁଷ ଇପି ବ୍ୟକ୍ତିଗତ ଏ ବର୍ଗର ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ୪୧ ମାନ୍ୟତା ରାଖାଲ୍‌ ୬-୧୫ରେ ଇଟାଲିର ମାତେଓ ବେଟ୍ଟିଙ୍କଠୁ ଏବଂ ୪୪ ମାନ୍ୟତା ରମେଶ ୩-୧୫ରେ ଦଶମ ମାନ୍ୟତା ରୁଷିଆର ୟୁସୁପୋବ ଅର୍ତରଙ୍କଠୁ ହାରି ଯାଇଥିଲେ। ପରାଜୟର ମୁଖ୍ୟ କାରଣ ରାଖାଲ ନିଜ ଖେଳ ସଂରଜାମକୁ ଦୋଷ ଦେଇଛନ୍ତି। ମୋ ପାଖରେ ବିଶ୍ୱସ୍ତରୀୟ ସଂରଜାମ ନଥିଲା। ବିଶେଷ କରି ମୋ ପାଖରେ ଥିବା ହ୍ଵିଲ୍‌ ଚେୟାର ଶ୍ରେଷ୍ଠ ଖେଳାଳିଙ୍କ ବିପକ୍ଷରେ ଖେଳିବା ଭଳି ନୁହେଁ। ଅନ୍ୟପକ୍ଷରେ ବେଟ୍ଟି ମଧ୍ୟ ମୋ ଠାରୁ ଉଚ୍ଚ ମାନ୍ୟତା। ଆଗକୁ ଏସୀୟ କ୍ରୀଡ଼ାକୁ ଯୋଗ୍ୟତା କରିବାର ଆଶା ରହିଛି। ଯଦି ମୋତେ ବିଶ୍ୱସ୍ତରୀୟ ହ୍ଵିଲ୍‌ ଚ୍ୟାୟାର ମିଳିଯାଏ ତେବେ ଏହା ଉନ୍ନତ ପ୍ରଦର୍ଶନ ଦେବାର ସହଯୋଗ କରିବ ବୋଲି ରାଖାଲ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe