ବିଶ୍ୱକପ୍‌ ଯୋଗ୍ୟତା ମାର୍ଚ ୪ରୁ

Advertisment

ଓ୍ଵଷ୍ଟ୍‍ଇଣ୍ଡିଜ୍‌ ପାଇଁ ସୁଯୋଗ

ଓ୍ଵଷ୍ଟ୍‍ଇଣ୍ଡିଜ୍‌ ପାଇଁ ସୁଯୋଗ

ବିଶ୍ୱକପ୍‌ ଯୋଗ୍ୟତା ମାର୍ଚ ୪ରୁ

ଦୁବାଇ,: ୨୦୧୯ ଦିନିକିଆ ବିଶ୍ୱକପ୍‌ କ୍ରିକେଟ୍‌ ପ୍ରତିଯୋଗିତା ଲାଗି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ମାର୍ଚ ୪ ତାରିଖରୁ ଜିମ୍ବାେଓ୍ଵରେ ଅନୁଷ୍ଠିତ ହେବ ବୋଲି ଆଇସିସି ପକ୍ଷରୁ ସୋମବାର ଘୋଷିତ ହୋଇଛି। ୧୦ ଦଳକୁ ନେଇ ହେବାକୁଥିବା ବିଶ୍ୱକପ୍‌କୁ ୩୦ ସେପ୍ଟେମ୍ବର ୨୦୧୭ ସୁଦ୍ଧା ଆଇସିସି ମାନ୍ୟତାର ଶ୍ରେଷ୍ଠ ୮ ମଧ୍ୟରେ ଥିବା ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରି ନେଇଥିଲା ବେଳେ ପରବର୍ତୀ ଦୁଇ ଦଳ ପାଇଁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ସିଧାସଳଖ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିବା ୨ ଥରର ବିଜେତା େଓ୍ଵଷ୍ଟ୍‍ଇଣ୍ଡିଜ୍‌କୁ ବିଶ୍ୱକପ୍‌ରେ ଖେଳିବା ଲାଗି ଆଉ ଏକ ସୁଯୋଗ ମିଳିଯଇଛି। ଇଣ୍ଡିଜ୍‌ ବାଦ୍‌ ଆୟୋଜକ ଜିମ୍ବାେଓ୍ଵ, ଆଫଗାନିସ୍ତାନ ଏବଂ ଆୟର୍ଲାଣ୍ଡ୍‌କୁ ମଧ୍ୟ ବିଶ୍ୱକପ୍‌ ପାଇଁ ସୁଯୋଗ ମିଳିଛି। ସେହିପରି ବିଶ୍ୱ ଲିଗ୍‌ ବିଜେତା ନେଦରଲାଣ୍ଡ୍‌, ଉପବିଜେତା ପପୁଆ ନ୍ୟୁଗିନି ସହ ହଂକଂ ଏବଂ ସ୍କଟ୍‌ଲାଣ୍ଡ୍‌ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟ ଖେଳିବେ। ତେବେ ଅନ୍ୟ ଦୁଇ ଦଳ ବିଶ୍ୱ ଲିଗ୍‌ ଡିଭିଜନ୍‌-୨ରୁ ଚୟନ ହେବେ। ୧୦ ଦଳକୁ ନେଇ ହେବାକୁ ଥିବା ଏହି ଯୋଗ୍ୟତା ମ୍ୟାଚ୍‌ ମାର୍ଚ ୨୫ ତାରିଖରେ ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe