ବିଶ୍ବ କନିଷ୍ଠ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍‌ସିପ୍: ଭାରତୀୟ ଦଳରେ ବିଶାଖା

ଆସାମର ଗୁଆହାଟୀରେ ଚଳିତ ଅକ୍ଟୋବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ବ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନସିପ୍ ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ବିଶାଖା ଟୋପ୍ପୋ ସ୍ଥାନ ପାଇଛନ୍ତି।

sfhsfhsfxbv

ଭୁବନେଶ୍ବର: ଆସାମର ଗୁଆହାଟୀରେ ଚଳିତ ଅକ୍ଟୋବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ବ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନସିପ୍ ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ବିଶାଖା ଟୋପ୍ପୋ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତାରେ ସାରା ବିଶ୍ବର ୩୭ଟି ଦଳ ଅଂଶଗ୍ରହଣ କରିବେ। ଭାରତ ଗ୍ରୁପ୍-ଏଚ୍‌ରେ ସ୍ଥାନ ପାଇଥିଲା ବେଳେ ଏହି ଗ୍ରୁପ୍‌ରେ ହଂକଂ, ଘାନା ଓ ନେପାଳ ଭଳି ଦଳ ଅଛନ୍ତି। 

ଏସୀୟ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ପଦକ ଜିତିଥିବା ତନ୍ବୀ ଶର୍ମା ଓ ଭେନଲା କାଲାଗୋଥଲା ସିଧାସଳଖ ଭାରତୀୟ ଦଳରେ ସ୍ଥାନ ପାଇଥିଲା ବେଳେ ଅବଶି‌ଷ୍ଟ ଖେଳାଳିମାନେ ଚଳିତ ଅଗଷ୍ଟ ୯ରୁ ୧୩ ପର୍ଯ୍ୟନ୍ତ ଗୁଆହାଟୀରେ ଥିବା ସେଣ୍ଟର୍ ଏକ ଏକ୍ସଲେନ୍ସିରେ ଆୟୋଜିତ ଚୟନ ଶିବିରରୁ ବଛାଯାଇଛନ୍ତି। ବିଶାଖା ଏହି ସେଣ୍ଟରର ପ୍ରଶିକ୍ଷାର୍ଥୀ ହୋଇଥିଲା ବେଳେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ନିଜ ଦକ୍ଷତାର ପ୍ରତିପାଦନ କରିସାରିଛନ୍ତି। ଏହି ସଫଳତା ଲାଗି ବିଶାଖାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe