ବିଶ୍ବ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌: ପଦକ ପକ୍କା କଲେ ତନ୍ବୀ, ଜ୍ଞାନ, ଉନ୍ନତି, ବିଶାଖା-ଭବ୍ୟଙ୍କ ଅଭିଯାନ ଶେଷ

Advertisment

ଗୁଆହାଟୀରେ ଚାଲିଥିବା ବିଡବ୍‌ଲ୍ୟୁଏଫ୍ ବିଶ୍ବ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ପଦକ ପକ୍କା କରିଛନ୍ତି ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତୀୟ ଯୁବତୀ ତନ୍ବୀ ଶର୍ମା। ଶୁକ୍ରବାର ମହିଳା ଏକକ କ୍ବାର୍ଟର୍‌ଫାଇନାଲ୍‌ରେ ୧୬ ବର୍ଷୀୟା ତନ୍ବୀ ୧୩-୧୫, ୧୫-୯, ୧୫-୧୦ରେ....

ଗୁଆହାଟୀରେ ଚାଲିଥିବା ବିଡବ୍‌ଲ୍ୟୁଏଫ୍ ବିଶ୍ବ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ପଦକ ପକ୍କା କରିଛନ୍ତି ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତୀୟ ଯୁବତୀ ତନ୍ବୀ ଶର୍ମା। ଶୁକ୍ରବାର ମହିଳା ଏକକ କ୍ବାର୍ଟର୍‌ଫାଇନାଲ୍‌ରେ ୧୬ ବର୍ଷୀୟା ତନ୍ବୀ ୧୩-୧୫, ୧୫-୯, ୧୫-୧୦ରେ....

adgaddgg

ଭୁବନେଶ୍ବର: ଗୁଆହାଟୀରେ ଚାଲିଥିବା ବିଡବ୍‌ଲ୍ୟୁଏଫ୍ ବିଶ୍ବ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ପଦକ ପକ୍କା କରିଛନ୍ତି ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତୀୟ ଯୁବତୀ ତନ୍ବୀ ଶର୍ମା। ଶୁକ୍ରବାର ମହିଳା ଏକକ କ୍ବାର୍ଟର୍‌ଫାଇନାଲ୍‌ରେ ୧୬ ବର୍ଷୀୟା ତନ୍ବୀ ୧୩-୧୫, ୧୫-୯, ୧୫-୧୦ରେ ଜାପାନର ସାକି ମାତ୍‌ସୁମୋତୋଙ୍କୁ ପରାସ୍ତ କରିଥିଲେ। ୟୁଏସ୍‌ ଓପନ୍‌ ସପୁର ୩୦୦ ଫାଇନାଲିଷ୍ଟ୍‌ ତନ୍ବୀ ପ୍ରଥମ ଗେମ୍‌ ଆରମ୍ଭରୁ ଆଗରେ ରହିଥିଲେ। ହେଲେ କିଛି ଭୁଲ୍‌ କରିବସିବାରୁ ଏହି ଗେମ୍‌ ହାରି ଯାଇଥିଲେ। ତେବେ ପରବର୍ତ୍ତୀ ଦୁଇ ଗେମ୍‌ ଜିତି ସେମିଫାଇନାଲ୍‌ ସ୍ଥାନ ପକ୍କା କରିବା ସହ ୧୭ ବର୍ଷ ପରେ ବିଶ୍ବ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଭାରତ ପାଇଁ ବ୍ୟକ୍ତିଗତ ପଦକ ବିଜୟକୁ ନିଶ୍ଚିତ କରିଥିଲେ। ଶେଷ ଥର ଲାଗି ସାଇନା ନେହ୍ବାଲ ୨୦୦୮ରେ ପୁନେରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ପୂର୍ବ ସଂସ୍କରଣ (୨୦୦୬, ଇଞ୍ଚେନ)ରେ ମଧ୍ୟ ସେ ରୌପ୍ୟ ଜିତିଥିଲେ। ତାଙ୍କ ପୂର୍ବରୁ ଅପର୍ଣ୍ଣା ପୋପଟ (୧୯୯୭, ସିଲକେବର୍ଗ) ରୌପ୍ୟ ପାଇଥିଲେ।

ଅନ୍ୟପକ୍ଷରେ କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଥିବା ଅନ୍ୟ ଭାରତୀୟ ଉନ୍ନତି ହୁଡ଼ା, ଜ୍ଞାନ ଦତ୍ତୁ ଏବଂ ଓଡ଼ିଆ ଝିଅ ବିଶାଖା ଟୋପ୍ପୋ ଓ ତାଙ୍କ ସାଥୀ ଭବ୍ୟ ଛାବ୍ରାଙ୍କ ଅଭିଯାନ ଶେଷ ହୋଇଛି। ମହିଳା ଏକକରେ ଉନ୍ନତି ୧୨-୧୫, ୧୩-୧୫ରେ ଥାଇଲାଣ୍ଡର ଆନ୍ୟାପାତ ଫିଚିତ୍‌ଫୋଁଙ୍କଠୁ ଏବଂ ପୁରୁଷ ଏକକରେ ଜ୍ଞାନ ୧୧-୧୫, ୧୩-୧୫ରେ ଚୀନ୍‌ର ୟାଙ୍ଗ ମିଙ୍ଗ ୟୁ ଲିଉଙ୍କଠୁ ହାରିଯାଇଥିଲେ। ମିଶ୍ରିତ ଯୁଗଳରେ ବିଶାଖା-ଭବ୍ୟ ୯-୧୫, ୭-୧୫ରେ ଚାଇନିଜ୍‌ ତାଇପେର ହୁଙ୍ଗ ବିଙ୍ଗ ଫୁ ଓ ଚୌ ୟୁଁ ଆଁଙ୍କଠୁ ପରାଜିତ ହୋଇଥିଲେ। ଏହି ପରାଜୟ ସହ ବିଶାଖାଙ୍କ ଦ୍ବିତୀୟ ପଦକ ସ୍ବପ୍ନ ଅଧୁରା ରହିଯାଇଛି। ପୂର୍ବରୁ ସେ ଦଳଗତ ମିଶ୍ରିତ ବର୍ଗରୁ କାଂସ୍ୟ ପଦକ ଜିତି ନୂଆ ଇତିହାସ ରଚି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe