ବିଶ୍ବ ପାରା ବ୍ୟାଡ୍‌ମିଣ୍ଟନ: ଏକକ ସ୍ବର୍ଣ୍ଣ ବଜାୟ ରଖିଲେ ପ୍ରମୋଦ

ଯୁଗଳରେ ମନୋଜଙ୍କ ସହ ଜିତିଲେ ରୌପ୍ୟ

ବିଶ୍ବ ପାରା ବ୍ୟାଡ୍‌ମିଣ୍ଟନ: ଏକକ ସ୍ବର୍ଣ୍ଣ ବଜାୟ ରଖିଲେ ପ୍ରମୋଦ

ଭୁବନେଶ୍ବର: ଅଲିମ୍ପିକ୍‌ ବିଜେତା ପ୍ରମୋଦ ଭଗତ ପାରା ବ୍ୟାଡମିଣ୍ଟନ୍ ବିଶ୍ୱ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ବଜାୟ ରଖିଛନ୍ତି। ରବିବାର ପୁରୁଷ ଏକକ ଏସ୍‌ଏଲ୍‌ ୩ ଫାଇନାଲ୍‌ରେ ଏହି ଓଡ଼ିଆ ପୁଅ ୨୧-୧୯, ୨୧-୧୯ରେ ନିଜ ଦେଶର ନୀତେଶ କୁମାରଙ୍କୁ ପରାସ୍ତ କରିଥିଲେ। ଏଥିସହ ସେ ଷଷ୍ଠ ଥର ଲାଗି ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ତେବେ ପୁରୁଷ ଯୁଗଳ ଫାଇନାଲ୍‌ରେ ସେ ଓ ତାଙ୍କ ଭାରତୀୟ ସାଥୀ ମନୋଜ ସରକାର ପରାଜୟ ବରଣ କରି ‌ରୌପ୍ୟ ପଦକରେ ସନ୍ତୁଷ୍ଟ ରହଥିଲେ।

ଏହି ଭାରତୀୟ ଯୋଡ଼ି ଫାଇନାଲ୍‌ରେ ୨୧-୧୪, ୧୮-୨୧, ୧୩-୨୧ରେ ଇଣ୍ଡୋନେସିଆର ହିକମତ ରାମଦାନି ଓ ଉକୁନ ରୁ‌ଙ୍କାଣ୍ଡିଙ୍କଠୁ ହାରିଯାଇଥିଲେ। ଏହି ରୌପ୍ୟ ସହ ବିଶ୍ବ ପ୍ରତିଯୋଗିତାରେ ପ୍ରମୋଦଙ୍କ ମୋଟ ପଦକ ସଂଖ୍ୟା ୧୧ (୬ ସ୍ବର୍ଣ୍ଣ, ୨ ରୌପ୍ୟ, ୩ କାଂସ୍ୟ)ରେ ପହଞ୍ଚିଛି। ‘‘ଏକକ ବର୍ଗ ପ୍ରଦର୍ଶନ ନେଇ ବହୁତ ଖୁସି, ଯୁଗଳରେ ଆମକୁ ଆହୁରି ଭଲ କରିବାର ଥିଲା। ଏହି ବିଜୟ ମୋ ପାଇଁ ବହୁତ ବଡ଼। କାରଣ ମୁଁ ବହୁତ ପରିଶ୍ରମ କରୁଛି। ଏହି ବିଜୟ ମୋତେ ଜଣାଇଛି ଯେ ସଠିକ୍‌ ଦିଶାରେ ମୁଁ ଅଗକୁ ବଢ଼ୁଛି’’ ବୋଲି ପ୍ରମୋଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe