ଭୁବନେଶ୍ବର: ଥାଇଲାଣ୍ଡରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ବିଶ୍ବ ପାରା ବ୍ୟାଡ୍ମିଣ୍ଟନ୍ ପୁରୁଷ ଏକକ ଫାଇନାଲ୍ରେ ପ୍ରବେଶ କରିଛନ୍ତି ଓଡ଼ିଆ ପୁଅ ପଦ୍ମଶ୍ରୀ ପ୍ରମୋଦ ଭଗତ। ସେମିଫାଇନାଲ୍ରେ ପ୍ରମୋଦ ୨୩-୨୧, ୨୦-୨୨, ୨୧-୧୮ରେ ନିଜ ଦେଶର ମନୋଜ ସରକାରଙ୍କୁ ହରାଇଥିଲେ। ଫାଇନାଲ୍ରେ ପ୍ରମୋଦଙ୍କ ମୁକାବଲା ଇଂଲଣ୍ଡର ଡାନିଏଲ୍ ବିଠଲ୍ଙ୍କ ସହ ହେବ। ଡାନିଏଲ୍ ସେମିଫାଇନାଲ୍ରେ ଭାରତର ନୀତିଶ ରାଣାଙ୍କୁ ୨୧-୧୮, ୨୦-୨୨, ୨୧-୧୪ରେ ହରାଇ ଫାଇନାଲ୍ରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ପୁରୁଷ ଯୁଗଳରେ ପ୍ରମୋଦ ଓ ସୁକାନ୍ତ କଦମଙ୍କ ଯୋଡ଼ି ଥାଇଲାଣ୍ଡର ମଙ୍ଗଖୋନ୍ ବନସନ୍ ଓ ସିରିପୋଙ୍ଗ ଟିମାରୋମ୍ଙ୍କ ଯୋଡ଼ିଠୁ ୧୬-୨୧, ୧୬-୨୧ରେ ହାରିଯାଇଥିଲେ। ମିଶ୍ରିତ ଯୁଗଳରେ ପ୍ରମୋଦ ଓ ମନୀଷା ରାମଦାସଙ୍କ ଯୋଡ଼ି ମଧ୍ୟ ନିରାଶ କରିବା ସହ ଇଣ୍ଡୋନେସିଆର ଫ୍ରେଡି ସେତିୱାନ ଓ ଖଲିମତାସ୍ ସାଦିୟାଙ୍କଠୁ ୧୫-୨୧, ୧୯-୨୧ରେ ପରାସ୍ତ ହୋଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us