ଭୁବନେଶ୍ବର: ଚଳିତ ମାସ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁରରେ ଆୟୋଜିତ ହୋଇଥିବା ଅଷ୍ଟାଦଶ ବିଶ୍ବ ପେନ୍ସାକ୍ ସିଲଟ୍ ପ୍ରତିଯୋଗିତାରେ ଭାରତୀୟ ଦଳରେ ସାମିଲ ଥିବା ଓଡ଼ିଆ ଝିଅ ତପସ୍ବିନୀ ନାୟକ କାଂସ୍ୟ ପଦକ ହାସଲ କରିଛନ୍ତି। ତପସ୍ବିନୀ ଟ୍ରେଣ୍ଡି ଫାଇଟ୍ରେ ଭାଗ ନେଇ କ୍ଲଜ୍-ଇ (୬୫ରୁ ୭୦ କେଜି)ରେ ଏହି ପଦକ ଜିତିଛନ୍ତି। ତପସ୍ବିନୀଙ୍କ ପ୍ରଶିକ୍ଷକ ତଥା ପେନ୍ସାକ୍ ସିଲଟ୍ ଓଡ଼ିଶାର ସଂପାଦକ ପ୍ରେମ୍ ସିଂହ ଥାପ୍ପା ସିଙ୍ଗାପୁର ଗସ୍ତ କରିଛନ୍ତି। ଏହି ପ୍ରତିଯୋଗିତାରେ ୩୯ ଦେଶର ପ୍ରାୟ ୪୦୦ ଉଭୟ ପୁରୁଷ ଓ ମହିଳା) ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।
ବିଶ୍ବ ପେନ୍ସାକ୍ ସିଲଟ୍ରେ ତପସ୍ବିନୀଙ୍କୁ କାଂସ୍ୟ
Advertisment
Follow Us