ବିଶ୍ବ ରାପିଡ ଚେସ୍‌: କାର୍ଲସନଙ୍କ ସହ ଇରିଗାସି ଶୀର୍ଷରେ

Advertisment

ମହିଳାରେ ହମ୍ପି ଯୁଗ୍ମ ଦ୍ବିତୀୟ

ମହିଳାରେ ହମ୍ପି ଯୁଗ୍ମ ଦ୍ବିତୀୟ

ଅରାତି ମହାନ୍ତି ସ୍ମାରକୀ ଚେସ୍‌: ୭ ମିଳିତ ଆଗୁଆ

The Hans India

ଆଲ୍‌ମାଟି: ଭାରତର ତାରକା ଖେଳାଳି କୋନେରୁ ହମ୍ପି ଏଠାରେ ଚାଲିଥିବା ବିଶ୍ବ ରାପିଡ ଚେସ୍‌ ପ୍ରତିଯୋଗିତାର ମହିଳା ବର୍ଗରେ ଯୁଗ୍ମ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୪ ରାଉଣ୍ଡ ସୁଦ୍ଧା ୩ ବିଜୟ ପାଇ ସେ ଅନ୍ୟ ୪ ଜଣଙ୍କ ସହ ଯୁଗ୍ମ ଭାବେ ଏହି ସ୍ଥାନରେ ରହିଛନ୍ତି। ଓପନ୍‌ରେ ଯୁବ ଭାରତୀୟ ଜିଏମ୍‌ ଅର୍ଜୁନ ଇରିଗାସି ଯୁଗ୍ମ ଭାବେ ବିଶ୍ବର ଏକ ନମ୍ବର ମାଗନସ କାର୍ଲସନଙ୍କ ସହ ଶୀର୍ଷରେ ରହିଛନ୍ତି। ଉଭୟ ୫ ରାଉଣ୍ଡ ସୁଦ୍ଧା ୪.୫ ପଏଣ୍ଟ କରାୟତ୍ତ କରିଛନ୍ତି।

ପୂର୍ବତନ ବିଶ୍ବ ରାପିଡ ବିଜୟିନୀ ୩୫ ବର୍ଷୀୟା ହମ୍ପି ମଙ୍ଗୋଲିଆର ଏଙ୍ଖତୁଲ ଅଲ୍‌ତାନ-ଉଲଜିଲ, ଆର୍ମେନିଆର ମାରିଆମ ମ୍ୟାକ୍‌କ୍ରିଚିନ ଓ ସିଙ୍ଗାପୁରର ‌ଗଙ୍ଗ କ୍ବିଆନ୍ୟୁନଙ୍କୁ ହରାଇଥିଲା ‌ବେଳେ କାଜାଖସ୍ତାନର ମେରୁଏର୍ଟ କମାଲିଡେନୋଭାଙ୍କ ସହ ଅମୀମାଂସିତ ରଖି ୩.୫ ପଏଣ୍ଟ ପାଇଛନ୍ତି। ତେବେ ଅନ୍ୟ ଭାରତୀୟ ମହିଳା ଡି ହାରିକା, ବି ସବିତା ୨.୫ ଲେଖାଏଁ ପଏଣ୍ଟ ପାଇ ଯଥାକ୍ରମେ ୩୨ ଓ ୩୩ତମ ସ୍ଥାନରେ ରହିଛନ୍ତି। ତାନିଆ ସ‌ଚଦେବ ଓ ଓଡ଼ିଶା ଝିଅ ପଦ୍ମିନୀ ରାଉତ (୨ ଲେଖାଏଁ) ଯଥାକ୍ରମେ ୪୩ ଓ ୫୯ତମ ସ୍ଥାନ‌ରେ ରହିଛନ୍ତି। ଓପନ୍‌ରେ ଭାରତୀୟ ଚେସ୍‌ ଖେଳାଳି ବିଦିତ ସନ୍ତୋଷ ଗୁଜରାଟୀ ୩ ପଏଣ୍ଟ ସହ ୧୬ତମ‌ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe