ନୂଆଦିଲ୍ଲୀ: କ୍ରିକେଟ୍ର ଫଟାଫଟ୍ ଫର୍ମାଟ୍ ଟ୍ବେଣ୍ଟି-୨୦ରେ ମଙ୍ଗଳବାର ନୂଆ ବିଶ୍ବ ରେକର୍ଡ ଦେଖିବାକୁ ମିଳିଛି। ଗୋଟିଏ ଓଭର୍ରେ ୫ ୱିକେଟ୍ ନେଇ ଇଣ୍ଡୋନେସିଆ ଦ୍ରୁତ ବୋଲର ଗେଡେ ପ୍ରିୟନ୍ଦନା ନୂଆ ଇତିହାସ ରଚିଛନ୍ତି। ବାଲିଠାରେ ଖେଳାଯାଇଥିବା କାମ୍ବୋଡିଆ ବିପକ୍ଷ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ସେ ଏହି ସଫଳତା ପାଇଛନ୍ତି। ମ୍ୟାଚ୍ର ଦ୍ବିତୀୟ ପାଳିର ୧୬ତମ ଓଭରରେ ୨୮ ବର୍ଷୀୟ ପ୍ରିୟନ୍ଦନା କାମ୍ବୋଡିଆର ୫ ୱିକେଟ୍ ଝାଡ଼ି ଦେଇଥିଲେ। ଏହି ଓଭରର ପ୍ରଥମ ୩ ବଲ୍ରେ ଶାହ ଅବ୍ରାର ହୁସେନ, ନିର୍ମଳଜିତ ସିଂହ ଓ ଚାନ୍ଥୋଇଉଁ ରାଥାନକ୍ଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଏହାପରେ ଏହି ଡାହାଣହାତୀ ଦ୍ରୁତବୋଲର ମଙ୍ଗଦରା ସୋକ୍ ଓ ପେଲ୍ ଭେନ୍ନାକ୍ଙ୍କୁ ଆଉଟ୍ କରି ଦଳକୁ ବିଜୟ ନିକଟତର କରିଥିଲେ।
Paddy: ଟୋକନ ଲ୍ୟାପ୍ସ ଆଂଶଙ୍କାରେ ଚାଷୀ, ମନ୍ଥର ଗତିରେ ଚାଲିଛି ଧାନକିଣା
ଏଥିସହ ସେ ଟ୍ବେଣ୍ଟି-୨୦ରେ ୫ ୱିକେଟ୍ ନେବାରେ ଇଣ୍ଡୋନେସିଆର ପ୍ରଥମ ବୋଲର ହେବାର ଗୌରବ ମଧ୍ୟ ପାଇଥିଲେ। ତାଙ୍କର ଏହି ସଫଳତା ବଳରେ କାମ୍ବୋଡିଆକୁ ୧୦୭ ରନ୍ରେ ଅଲ୍ଆଉଟ୍ କରି ଇଣ୍ଡୋନେସିଆ ୬୦ ରନ୍ରେ ମ୍ୟାଚ୍କୁ ଜିତି ନେଇଥିଲା। ତାଙ୍କ ପୂର୍ବରୁ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ କେହି ଗୋଟିଏ ଓଭରରେ ୫ ୱିକେଟ୍ ସଫଳତା ପାଇନାହାନ୍ତି। ତେବେ ଘରୋଇ ଟ୍ବେଣ୍ଟି-୨୦ରେ ବାଂଲାଦେଶର ଅଲ୍-ଅମିନ ହୁସେନ ଓ ଭାରତର ଅଭିମନ୍ୟୁ ମିଥୁନ ଗୋଟିଏ ଓଭରରେ ୫ ୱିକେଟ୍ ନେବାର ସଫଳତା ପାଇଛନ୍ତି। ଅନ୍ତର୍ଜାତୀୟ ମ୍ୟାଚ୍ରେ ଗୋଟିଏ ଓଭରରେ ୪ ୱିକେଟ୍ ସଫଳତା ୧୪ ଥର ଦେଖିବାକୁ ମିଳିଛି। ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ରେ ଶ୍ରୀଲଙ୍କର ଲସିଥ ମଲିଙ୍ଗା ୪ ବଲ୍ରେ ୪ ୱିକେଟ୍ ନେଇ ଏହି ତାଲିକାରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/24/sfhsffhfh-2025-12-24-01-27-12.jpg)