ଓ୍ଵାଲର୍ଡ ସ୍କିଲ୍‌ସ ଅନ୍ତର୍ଜାତୀୟ ପ୍ରତିଯୋଗିତା ୨୦୧୯ ପାଇଁ ଭାରତୀୟ ଦଳ ଘୋଷିତ

Advertisment

WorldSkills

ଭୁବନେଶ୍ୱର: ଓ୍ଵାଲର୍ଡ ସ୍କିଲ୍‌ସ (ବିଶ୍ୱ ଦକ୍ଷତା) ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ୪୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦକ୍ଷତା ଅଲିମ୍ପିକ୍ସ ଭାବେ ପରିଚିତ ଏହି ପ୍ରତିଯୋଗିତା ରୁଷର କାଜାନ ଠାରେ ଆସନ୍ତା ୨୨ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଭାରତୀୟ ଦଳରେ ୩ ଜଣ ଓଡ଼ିଆ ପ୍ରତିଯୋଗୀଙ୍କୁ ସ୍ଥାନ ମିଳିଛି। ସେମାନେ ହେଲେ ସିଏନସି ଟର୍ଣ୍ଣିଂ ବର୍ଗରେ ଅବିନାଶ ସ୍ୱାଇଁ, ଏମ-କ୍ୟାଡ ବର୍ଗରେ ଜେନୋଫୋନ ଦାସ ଓ ଜଳ ପ୍ରଯୁକ୍ତି ବା ଓ୍ଵାଟର ଟେକନୋଲୋଜିରେ ଏସ. ଅଶ୍ୱଥ ନାରାୟଣ।

ଏହି ବିଶାଳ ଇଭେଂଟରେ ମୋଟ ୫୫ଟି ବର୍ଗରେ ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ୬୦ଟି ଦେଶରୁ ୧୫୦୦ ପ୍ରତିଯୋଗୀ ଭାଗ ନେବେ। ମୋବାଇଲ ରୋବୋଟିକ୍ସ, ପ୍ରୋଟୋଟାଇପ ମଡେଲିଂ, ହେୟାର ଡ୍ରେସିଂ, ବେକିଂ, କନଫେକ୍ସନାରୀ ଓ ପାଟିସେରୀ, ୱେଲ୍‌ଡିଂ, ବ୍ରିକ୍‌ ଲେୟିଂ, କାର ପେଂଟିଙ୍ଗ, ଫ୍ଲୋରିଷ୍ଟ୍ରି ଆଦି କ୍ଷେତ୍ରରେ ପ୍ରତିଯୋଗୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବେ।

ଦକ୍ଷତା ବିକାଶ ମନ୍ତ୍ରଣାଳୟ ଅଧୀନ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ଏହି ସମ୍ମାନଜନକ ପ୍ରତିଯୋଗିତାରେ ୨୦୧୧ଠାରୁ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ଆସୁଛି। ୨୦୧୭ରେ ଆବୁଧାବିରେ ଅନୁଷ୍ଠିତ ବିଗତ ପ୍ରତିଯୋଗିତାରେ ଭାରତ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ସମେତ ୯ଟି ପଦକ ହାସଲ କରିଥିଲା। ୫୬ଟି ଦେଶ ମଧ୍ୟରେ ଭାରତ ୧୯ତମ ସ୍ଥାନରେ ରହିଥିଲା।

ଜାନୁଆରୀ ୨୦୧୮ ପରଠାରୁ ଓ୍ଵାଲର୍ଡ ସ୍କିଲ୍‌ସ ୨୦୧୯ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ଭାରତୀୟ ଦଳର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସହଯୋଗରେ ଆଂଚଳିକ, ରାଜ୍ୟସ୍ତରୀୟ ଏବଂ ଜାତୀୟ ପ୍ରତିଯୋଗିତାମାନ ଆୟୋଜନ କରାଯାଇ ୫୦୦ରୁ ଊର୍ଦ୍ଧ୍ୱ ଜିଲ୍ଲାରୁ
ଏହି ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଛି। ଜୟପୁର, ଲକ୍ଷ୍ନୌ, ବେଙ୍ଗାଲୁର ଭୁବନେଶ୍ୱରରେ ୪ଟି କ୍ଷେତ୍ରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe