ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ

ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ

ପ୍ରତିବର୍ଷ ଜୁଲାଇ ୨ ତାରିଖରେ ବିଶ୍ବ କ୍ରୀଡ଼ା ସାମ୍ବାଦିକତା ଦିବସ ପାଳିତ ହୋଇଥାଏ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ବ ତଥା କ୍ରୀଡ଼ା ସାମ୍ବାଦିକ ମାନଙ୍କର କାର୍ଯ୍ୟପ୍ରତି ସଚେତନତା ସୃ‌ଷ୍ଟି କରିବା ଏହି ଦିବସରେ ପ୍ରମୁଖ ଉଦ୍ଦେଶ୍ୟ। ଇଣ୍ଟର୍‌ନ୍ୟାସନାଲ୍‌ ସ୍ପୋର୍ଟସ ପ୍ରେସ୍‌ ଆସୋସିଏସନ୍‌ (ଏଆଇପିଏସ୍‌) ପକ୍ଷରୁ ପ୍ରଥମ ଥର ୧୯୯୪ ମସିହାରୁ ବିଶ୍ବ କ୍ରୀଡ଼ା ସାମ୍ବାଦିକତା ଦିବସ ପାଳିତ ହୋଇ ଆସୁଛି। ଏଆଇପିଏସ୍‌ ମଧ୍ୟ ୯୮ ବର୍ଷରେ ପଦାର୍ପଣ କରିଛି। ୧୯୨୪ ମସିହାରେ ପ୍ୟାରିସ୍‌ରେ ପ୍ରତିଷ୍ଠିତ ଏଆଇପିଏସ୍‌ର ପ୍ରଥମ କଂଗ୍ରେସ ସେହିବର୍ଷ ଜୁଲାଇରେ ଅନୁଷ୍ଠିତ ହୋଇଥିଲା। ସ୍ବିଜରଲାଣ୍ଡ୍‌ର ଲୌସାନରେ ଏବେ ଏହାର ମୁଖ୍ୟାଳୟ ରହିଛି। ଦେଖିବାକୁ ଗଲେ କ୍ରୀଡ଼ା ସାମ୍ବାଦିକତାର ଇତିହାସ ୧୮୦୦ ମସିହାରୁ ପ୍ରାୟତଃ ଆରମ୍ଭ ହୋଇଥିଲା। ୧୯୨୦ ବେଳକୁ ଏହା ପୂର୍ଣ୍ଣକାଳୀନ ବିକଶିତ ହେବା ଆରମ୍ଭ କରିଥିଲା। କ୍ରୀଡ଼ା ସାମ୍ବାଦିକତା ଆଜିର ସମୟରେ ସାମ୍ବାଦିକତା ବୃତ୍ତିର ଏକ ପ୍ରମୁଖ ଏବଂ ଲୋକପ୍ରିୟ ଅଂଶ ପାଲଟିଛି। ଲୋକଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ରୁଚି ସୃଷ୍ଟି କରିବାରେ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ। ମଣିଷ ଜୀବନରେ କ୍ରୀଡ଼ାର ପ୍ରାସଙ୍ଗିକତା ଓ ପ୍ରୟୋଜନକୁ ଲୋକଲୋଚନକୁ ଆଣିବାରେ ମଧ୍ୟ କ୍ରୀଡ଼ା ସାମ୍ବାଦିକତାର ଅବଦାନ ଅନନ୍ୟ। ଓଡ଼ିଶାରେ ମଧ୍ୟ ଏହି ଦିବସଟିକୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ୨୦୧୪ ମସିହାରୁ ନିୟମିତ ପାଳନ କରି ଆସୁଛି।

ଡକ୍ଟର ଦେବୀଲାଲ ମିଶ୍ର
ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe