ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍: ନୂଆ ଟେଷ୍ଟ୍‌ ଜର୍ସିରେ ଭାରତ

Advertisment
ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍: ନୂଆ ଟେଷ୍ଟ୍‌ ଜର୍ସିରେ ଭାରତ

ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ରୁ ଭାରତ ମଧ୍ୟ ନୂଆ ଟେଷ୍ଟ୍ ଜର୍ସିରେ ପଡ଼ିଆକୁ ଓହ୍ଲାଇବ। ଆଡିଡାସ ଭାରତୀୟ ଦଳର ନୂଆ କିଟ୍ ପ୍ରାୟୋଜକ ହେବା ପରେ ବିରାଟ କୋହଲି ପ୍ରଥମେ ଏହି ଜର୍ସିରେ ଦେଖିବାକୁ ମିଳିଛନ୍ତି। ଜର୍ସିର କାନ୍ଧରେ ଆଡିଡାସ୍‌ ଟ୍ରେଡମାର୍କର ତିନିଟି ଷ୍ଟ୍ରିପ୍ ରହିଥିବା ବେଳେ ଆଗପଟେ ଲୋଗୋ ରହିଛି। ଗୁରୁବାର ଆଡିଡାସ୍ ଇଣ୍ଡିଆ ବିରାଟ କୋହଲିଙ୍କ ଦୁଇଟି ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି।

ଭାରତୀୟ ଦଳ ଏହି ଫାଇନାଲ୍ ପୂର୍ବରୁ ଜୋରଦାର ଅଭ୍ୟାସ କରୁଥିବା ବେଳେ ଅକ୍ଷର ପଟେଲ୍ ଓ ଜୟଦେବ ଉନାଦକଟଙ୍କ ସହିତ ମହମ୍ମଦ ସାମି ଥଟ୍ଟା ମଜା କରିଛନ୍ତି। ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ମହମ୍ମଦ ସିରାଜ ଓ ଈଶାନ କିଶନ ମଧ୍ୟ ଏଥିରେ ସାମିଲ ହୋଇଯାଇଛନ୍ତି। ଆଇପିଏଲ୍‌ ଫାଇନାଲ୍ ପରେ ବୁଧବାର ଲଣ୍ଡନ୍ ଅଭିମୁଖେ ବାହାରିଥିବା ସାମି ଦଳ ସହ ସାମିଲ ହୋଇଯାଇଛନ୍ତି। ସୂଚନାଯୋଗ୍ୟ, ଭାରତ କ୍ରମାଗତ ଦ୍ବିତୀୟ ଥର ଡବ୍‌ଲ୍ୟୁଟିସି ଫାଇନାଲ୍ ଖେଳିବାକୁ ଯାଉଛି। ୨୦୨୧ରେ ଭାରତ ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe