, ଅଲିମ୍ପିକ୍ସ କିମ୍ବା ଅନ୍ୟ ବିଶ୍ବସ୍ତରୀୟ ହକି ପ୍ରତିଯୋଗିତା ଘାସ ପଡ଼ିଆକୁ ଫେରିବ ନାହିଁ। ଏହି ସବୁ ଶୀର୍ଷସ୍ତରୀୟ ପ୍ରତିଯୋଗିତା ଆଷ୍ଟୋଟର୍ଫରେ ଖେଳାଯିବ। ତେବେ ଯେଉଁମାନଙ୍କ ପାଖରେ କୃତ୍ରିମ ଟର୍ଫ ନାହିଁ ସେମାନଙ୍କୁ ଘାସ ପଡ଼ିଆରେ ଖେଳିବାର ସୁଯୋଗ ଦିଆଯିବ। ଏହି ପଡ଼ିଆରେ ଖେଳି ସେମାନେ କେତେକ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପାରିବେ। ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରେନ୍ଦ୍ର ବାତ୍ରା ସୋମବାର ଏହା ସ୍ପଷ୍ଟ କରି ଦେଇଛନ୍ତି। ସେହିଭଳି ୪୨ ବର୍ଷ ପରେ ଅର୍ଥାତ୍ ୨୦୨୬ ହକି ବିଶ୍ବକପ୍ ଘାସ ପଡ଼ିଆରେ ଖେଳାଯିବା ଖବରକୁ ଖଣ୍ଡନ କରି ସେ କହିଥିଲେ ଯେ ଆମର ଏଭଳି କୌଣସି ଯୋଜନା ନାହିଁ। ଏହି ଖବରରେ କୌଣସି ସତ୍ୟତା ନାହିଁ। ଭାରତକୁ କ୍ରୀଡ଼ା କ୍ଷେତ୍ରରେ ଅଗ୍ରଗତି କରିବାକୁ ହେଲେ, ଆଜି ଓଡ଼ିଶା ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ସବୁ ରାଜ୍ୟ ଅନୁସରଣ କରିବା ଉଚିତ ବୋଲି ସେ ମତ ରଖିଥିଲେ। ସେହିଭଳି ପାକିସ୍ତାନ ବିଶ୍ବକପରେ ଅଂଶଗ୍ରହଣ କରିବା ନେଇ କୌଣସି ସଂଶୟ ନଥିବା ସେ କହିଥିଲେ।
ଘାସ ପଡ଼ିଆକୁ ଫେରିବନି ବିଶ୍ବକପ୍
Advertisment
Follow Us