ବିଶ୍ୱ କନିଷ୍ଠ ଭାରୋତ୍ତୋଳନ ଝିଲ୍ଲୀ ଜିତିଲେ କାଂସ୍ୟ

Advertisment
ବିଶ୍ୱ କନିଷ୍ଠ ଭାରୋତ୍ତୋଳନ ଝିଲ୍ଲୀ ଜିତିଲେ କାଂସ୍ୟ

ଭୁବନେଶ୍ୱର: ଉଜବେକିସ୍ତାନର ତାସକେଣ୍ଟଠାରେ ଚାଲିଥିବା ବିଶ୍ୱ କନିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରାଙ୍କ ଚମକ ପ୍ରତିଫଳିତ ହୋଇଛି। ୪୮ କିଲୋଗ୍ରାମ ଓଜନ୍‌ ବର୍ଗରେ ଝିଲ୍ଲୀ କାଂସ୍ୟ ବିଜେତା ହୋଇ ନିଜ ଖେଳ ଜୀବନର ସବୁଠୁ ପଦକ ହାସଲ କରିଛନ୍ତି। ସ୍ନାଚ୍‌ରେ ୭୫ କିଲୋଗ୍ରାମ ଏବଂ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୯୨ କିଲୋଗ୍ରାମ ଉତ୍ତୋଳନ କରି ସେ ମୋଟ ଉପରେ ୧୬୭ କିଲୋଗ୍ରାମ୍‌ ସହିତ ତୃତୀୟ ସ୍ଥାନରେ ରହିଥିଲେ। ଏହି ସମ୍ମାଜନକ ପ୍ରତିଯୋଗିତା ଲାଗି ଭାରତରୁ ମାତ୍ର ୨ ଜଣ ମନୋନୀତ ହୋଇଥିବାବେଳେ ଝିଲ୍ଲୀ ଅନ୍ୟତମ ଥିଲେ। ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷକ ପି ଧର୍ମାରାଓଙ୍କ ଅଧୀନରେ ଶାଣିତ ହୋଇଥିବା ଝିଲ୍ଲୀ ଏହା ପୂର୍ବରୁ ଜାତୀୟ, ଏସୀୟ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରତିନିଧିତ୍ୱ କରି ଏକାଧିକ ପଦକ ଜିତିଛନ୍ତି। ଗତବର୍ଷ ଅଷ୍ଟ୍ରେଲିଆର ଗୋଲ୍‌ଡକୋଷ୍ଟ୍‍ରେ ଯୁବ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ୨ ସ୍ୱର୍ଣ୍ଣ ଏବଂ ଚଳିତ ବର୍ଷ ଏପ୍ରିଲ୍‌ରେ ଉଜ୍‌ବେକିସ୍ତାନର ଉର୍ଗଞ୍ଚରେ ଏସୀୟ କନିଷ୍ଠ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe